ମୃତ୍ୟୁର ପାଞ୍ଚ ଦିନ ପୂର୍ବରୁ ଭଉଣୀ ମିତୁଙ୍କୁ ଫୋନ୍ କରିଥିଲେ ସୁଶାନ୍ତ; କହିଥିଲେ ସେମାନେ ମୋତେ ମାରିଦେବେ

ମୁମ୍ବଇ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଦେହାନ୍ତ ହେବାର ତିନି ମାସରୁ ଅଧିକ ସମୟ ଅତିବାହିତ ହୋଇଛି। କିନ୍ତୁ ଏପର୍ଯ୍ୟନ୍ତ ଏହି ମାମଲାରେ ସିବିଆଇ ତଦନ୍ତ ଜାରି ରଖିଛି। ଏହା ଏକ ହତ୍ୟା କି ଆତ୍ମହତ୍ୟା ସିବିଆଇ ସେନେଇ ଏପର୍ଯ୍ୟନ୍ତ କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରିନାହିଁ। ମାତ୍ର ସୁଶାନ୍ତଙ୍କ ମୃତ୍ୟୁ ପରଠାରୁ ବଲିଉଡର ଦିନକୁ ଦିନ ଏକ ରହସ୍ୟ ଖୋଲିବାରେ ଲାଗିଛି। ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି ଯେ, ରିୟା ସୁଶାନ୍ତଙ୍କ ଘରୁ ଚାଲିଯିବା ପରେ ସୁଶାନ୍ତ ତାଙ୍କ ଭଉଣୀ ମିତୁ ସିଂହଙ୍କୁ ଏସଓଏସ୍ କଲ କରିଥିଲେ ଏବଂ କହିଥିଲେ ସେମାନେ ମୋତେ ମାରିଦେବେ।
ସୁଶାନ୍ତ ସିଂହ ରାଜପୁତ ତାଙ୍କ ବଡ଼ ଭଉଣୀ ମିତୁ ସିଂଙ୍କୁ ମୃତ୍ୟୁର ପାଞ୍ଚ ଦିନ ପୂର୍ବରୁ ଏକ ଏସଓଏସ୍ କଲ କରିଥିଲେ। ଯେଉଁଥିରେ ସେ କହିଥିଲେ ଯେ ‘ମୋତେ ଭୟ ଲାଗୁଛି, ସେହି ଲୋକମାନେ ମୋତେ ହତ୍ୟା କରିଦେବେ। ଯାହା ସୁଶାନ୍ତଙ୍କ ମୃତ୍ୟୁ ଏକ ଆତ୍ମହତ୍ୟା ନୁହେଁ ମାତ୍ର ଏକ ଯୋଜନା ବଦ୍ଧ ହତ୍ୟା ଆଡକୁ ଇଙ୍ଗିତ କରୁଛି।