ଆସନ୍ତା ଗୁରୁବାର ଲାଗିବ ବର୍ଷର ଶେଷ ସୂର୍ଯ୍ୟପରାଗ

ନୂଆଦିଲ୍ଲୀ: ଆସନ୍ତା ୨୬ ତାରିଖ ଗୁରୁବାର ଦିନ ଚଳିତ ବର୍ଷର ଶେଷ ସୂର୍ଯ୍ୟପରାଗ ଲାଗିବ। ପୌଷମାସର କୃଷ୍ଣପକ୍ଷ ତିଥିରେ ପଡୁଥିବା ଏହି ସୂର୍ଯ୍ୟପରାଗ ବୃତ୍ତାକାର ହେବ। ଏଥର ପୂର୍ଣ୍ଣଗ୍ରାସ ହେବ ନାହିଁ ଆଂଶିକ ସୂର୍ଯ୍ୟପରାଗ ହେବ। ଭାରତରେ ସୂର୍ଯ୍ୟପରାଗ ଲାଗିବା ପୂର୍ବରୁ ପାକ ନିଷେଧ ହୋଇ ଯାଇଥାଏ। ଧାର୍ମିକ ମହତ୍ତ୍ବ ଅନୁଯାୟୀ ଏହି ସମୟରେ କୌଣସି ଶୁଭ କାର୍ଯ୍ୟ ବା ପୂଜାପାଠ ଆଦି ହୁଏନାହିଁ। ଏହି ସମୟ ମଧ୍ୟରେ ମନ୍ଦିରର କବାଟ ବନ୍ଦ ରଖାଯାଏ।

ସୂର୍ଯ୍ୟପରାଗ ଗୁରୁବାର ସକାଳ ୮ଟା ୧୭ମିନିଟରେ ଆରମ୍ଭ ହୋଇ ୧୦ଟା ୫୭ ମିନିଟରେ ଶେଷ ହେବ। ଏହାର ପୂର୍ବ ଦିନ ଅର୍ଥାତ୍ ଡିସେମ୍ବର ୨୫ ତାରିଖ ବୁଧବାର ସନ୍ଧ୍ୟା ୫ଟା ୩୧ ମିନିଟରୁ ପାକ୍ ନିଷେଧ ହେବ। ଗର୍ଭବତୀ ମହିଳା, ଛୋଟ ପିଲା ଓ ବୃଦ୍ଧଙ୍କ ପାଇଁ ପାକ୍ ନିଷେଧ ସମୟ ଭୋର ୩ଟା ୪୭ ମିନିଟରୁ ଆରମ୍ଭ ହୋଇ ୧୦ଟା ୫୭ମିନିଟରେ ଶେଷ ହେବ।

ଏହି ସୂର୍ଯ୍ୟପରାଗର ସମ୍ପୂର୍ଣ୍ଣ ସମୟ ୨ଘଣ୍ଟା ୪୦ ମିନିଟ୍ ରହିବ। ଶ୍ରୀଲଙ୍କା, ସାଉଦି ଆରବ, ବୋର୍ନିୟୋ, ଅଷ୍ଟ୍ରେଲିୟା, ଏସିଆର ଦକ୍ଷିଣ ଭାଗରେ ଦେଖାଯିବ । ମେଷ, ବୃଷ ଓ ମିଥୁନ ରାଶି ଉପରେ ଏହାର ଅଶୁଭ ପ୍ରଭାବ ପଡିପାରେ। କର୍କଟ ରାଶିର ଲୋକଙ୍କ ଉପରେ ଏହାର ଶୁଭ ପ୍ରଭାବ ପଡିବ। ଆସନ୍ତା ସୂର୍ଯ୍ୟପରାଗ ୨୦୨୦ ମସିହା ଜୁନ ୨୧ ତାରିଖରେ ଭାରତରେ ଦେଖାଦେବ।

Comments are closed.