ପିସିସି ସଭାପତି ପରିବର୍ତ୍ତନ ମନ୍ତବ୍ୟକୁ ସୁରେଶ ରାଉତରାୟଙ୍କ ଖଣ୍ଡନ

ଭୁବନେଶ୍ୱର : ଜଟଣୀ ବିଧାୟକ ଶ୍ରୀଯୁକ୍ତ ସୁରେଶ କୁମାର ରାଉତରାୟ ପିସିସି ସଭାପତି ପରିବର୍ତ୍ତନ ହେବା କଥା କୌଣସି ଗଣମାଧ୍ୟମକୁ କହିନାହାଁନ୍ତି ବୋଲି ଆଜି ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ପ୍ରକାଶ କରିଛନ୍ତି। ଗତକାଲି ଗୁଜରାଟରେ କାର୍ଯ୍ୟକାରୀ ସଭାପତି ହାର୍ଦ୍ଦିକ ପଟେଲ ନିଯୁକ୍ତି ହେଲାପରେ ରାଜ୍ୟ କଂଗ୍ରେସରେ ସେହିପରି କିଛି ପରିବର୍ତ୍ତନ ହେବାର ଆଂଶକା ଅଛି କି ନାହିଁ ବୋଲି ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି କି, ରାଜ୍ୟରେ ସଭାପତି ଭାବେ ନିରଞ୍ଜନ ପଟ୍ଟନାୟକ ଏବଂ କାର୍ଯ୍ୟକାରୀ ସଭାପତି ଭାବେ ଚିରଞ୍ଜିବ ବିଶ୍ୱାଳ ଏବଂ ପ୍ରଦୀପ ମାଝୀ ଥିଲାବେଳେ ଗୋଟିଏ କାର୍ଯ୍ୟକାରୀ ସଭାପତି ପଦ ଖାଲି ପଡ଼ିଛି। ଏହି ଖାଲି ପଡ଼ିଥିବା କାର୍ଯ୍ୟକାରୀ ସଭାପତି ପଦ ପାଇଁ ଏକ ଯୁବ ନେତାଙ୍କୁ ଦାୟିତ୍ୱ ଦେବା ଉଚିତ୍‍। ସଭାପତି ଦୌଡ଼ରେ ୧୩ଜଣ ଅଛନ୍ତି। ସେମାନଙ୍କ ମଧ୍ୟରୁ ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ରାମଚନ୍ଦ୍ର ଖୁଂଟିଆ, ଶରତ ରାଉତ, ଶରତ ପଟ୍ଟନାୟକ, ନରସିଂହ ମିଶ୍ର, ଅମର ପ୍ରଧାନ, ମହମ୍ମଦ ମୋକିମ, ରଞ୍ଜିବ ବିଶ୍ୱାଳ, ବିଶ୍ୱ ମହାନ୍ତି, ତାରାପ୍ରସାଦ ବାହିନୀପତି, ଭକ୍ତ ଦାସ, ବିଜୟଲକ୍ଷ୍ମୀ ସାହୁ ଅଛନ୍ତି। କିନ୍ତୁ ଅଖିଳ ଭାରତ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଯାହାକୁ ଦାୟିତ୍ୱ ଦେବେ ସିଏ ଯୁବକ ହେଉ, ଛାତ୍ର ହେଉ, ମହିଳା ହେଉ, ଆଦିବାସୀ ହେଉ କି ହରିଜନ ହେଉ, ସଂଖ୍ୟାଲଘୁ ସଂପ୍ରଦାୟର ହେଉ ଯିଏବି ହେଉ ତାକୁ ଆମ୍ଭେ ମାନିବୁ ବୋଲି କହିଥିଲି। ଆଗକୁ ରାଜ୍ୟରେ ଦୁଇଟି ଉପନିର୍ବାଚନ ହେବାକୁ ଯାଉଛି। ଏହି ପ୍ରରୀପ୍ରେକ୍ଷରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି କାର୍ଯ୍ୟକାରୀ ସଭାପତି ଚିରଞ୍ଜିବ ବିଶ୍ୱାଳଙ୍କ ନେତୃତ୍ୱରେ ଦୁଇଟି କମିଟି ଗଠନ କରିଛନ୍ତି। ତିର୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ମୋତେ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦେଇଛନ୍ତି ଏବଂ ବାଲେଶ୍ୱର ସଦର ପାଇଁ ସାଥୀ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ଦାୟିତ୍ୱ ଦିଆଯାଇଛି। ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆମ୍ଭେ ଦୁଇଟି ଉପ ନିର୍ବାଚନରେ କିପରି ଜିତୁବୁ ସେ ନେଇ ଚେଷ୍ଟା ଜାରି ରଖିଛୁ ବୋଲି ସୁରେଶ ରାଉତରାୟ କହିଛନ୍ତି।

Comments are closed.