୩୪ଟି ସ୍କୁଲରେ ପାନୀୟ ଜଳ ବ୍ୟବସ୍ଥା କରିବେ ରାଇନା

ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟର୍‌ ସୁରେଶ ରାଇନା ୩୪ଟି ସରକାରୀ ବିଦ୍ୟାଳୟରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିବା ସହ ସେହି ବିଦ୍ୟାଳୟଗୁଡ଼ିକର ପରିବେଶ ଯେପରି ସ୍ବଚ୍ଛ ରହିବ ସେଥିନେଇ ପଦକ୍ଷେପ ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ଉତ୍ତରପ୍ରଦେଶ, ଜାମ୍ମୁ ଓ ଦିଲ୍ଲୀରେ ଥିବା ୩୪ଟି ସରକାରୀ ବିଦ୍ୟାଳୟରେ ପାନୀୟ ଜଳ ବ୍ୟବସ୍ଥା କରିବାକୁ ରାଇନା ଘୋଷଣା କରିଛନ୍ତି। ଆସନ୍ତା ୨୭ରେ ରାଇନା ୩୪ ବର୍ଷରେ ପାଦଦେବାକୁ ଯାଉଥିବାରୁ ଏସବୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ତାଙ୍କ ଦ୍ବାରା ପରିଚାଳିତ ସ୍ବେଚ୍ଛାସେବୀ ସଂଗଠନ ତରଫରୁ ସୂଚନା ଦିଆଯାଇଛି। ଏହି କାର୍ଯ୍ୟକ୍ରମ ଦ୍ବାରା ୧୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ଆଶା ରହିଛି। ଇତିମଧ୍ୟରେ ରାଇନା ଓ ତାଙ୍କ ପତ୍ନୀ ପ୍ରିୟଙ୍କା ଉତ୍ତରପ୍ରଦେଶର କେତେକ ବିଦ୍ୟାଳୟରେ ପାନୀୟ ଜଳ ଯୋଗାଣ, ଶୌଚାଳୟ ବ୍ୟବସ୍ଥା ସହ ସ୍ମାର୍ଟ କ୍ଲାସରୁମ୍‌ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ୫୦୦ ମହିଳାଙ୍କୁ ଏମାନେ ରାସନ୍‌ ବଣ୍ଟନ କରିଥିବା ଜଣାପଡ଼ିଛି।

Comments are closed.