ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କଲେ ସୁରେଶ ଚନ୍ଦ୍ର ମହାପାତ୍ର

ଭୁବନେଶ୍ବର : ନୂଆବର୍ଷରେ ଶୁକ୍ରବାର ବରିଷ୍ଠ ପ୍ରଶାସନିକ ଅଧିକାରୀ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଅସିତ ତ୍ରିପାଠୀଙ୍କ ଅବସର ପରେ ସୁରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।
୧୯୮୬ ବ୍ୟାଚର ଆଇଏଏସ ଅଧିକାରୀ ସୁରେଶ ଚନ୍ଦ୍ର ମହାପାତ୍ର ଏହା ପୂର୍ବରୁ ଅନେକ ଜିଲ୍ଲାର ଜିଲ୍ଲାପାଳ, ବିଭିନ୍ନ ବିଭାଗର ସଚିବ, ପୁରୀ ଶ୍ରୀ ମନ୍ଦିରର ମୁଖ୍ୟ ପ୍ରଶାସକ ଓ ଉନ୍ନୟନ କମିଶନର ଭାବେ ସଫଳତାର ସହ କର୍ଯ୍ୟ କରିଛନ୍ତି।