ପାପଡାହାଣ୍ଡିରେ ସୁରଭି କାର୍ଯ୍ୟକ୍ରମ

ପାପଡାହାଣ୍ଡି :  ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ବ୍ଲକ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଶନିବାର ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅବସର ପ୍ରାପ୍ତ ଶିକ୍ଷକ ପୂର୍ଣଚନ୍ଦ୍ର ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ବ୍ଲକ  ଶିକ୍ଷା ଅଧିକାରୀ ବୀରେନ୍ଦ୍ର ପାଢ଼ୀଙ୍କ ଉପସ୍ଥିତିରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରୀ ଛାତ୍ରଙ୍କୁ ନେଇ  ବକ୍ତୃତା, ଚିତ୍ରାଙ୍କନ, ଗୀତ, ରଚନା, ସାଂସ୍କୃତିକ କାର୍ଯ୍ୟକ୍ରମରେ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମକୁ ଆସିଥିବା ଶିକ୍ଷୟତ୍ରୀ ଶିକ୍ଷକ ମାନେ ଏଥିରେ ସହଯୋଗ କରିଥିଲେ। ଶେଷରେ ପୁରସ୍କାର ବିତରଣ କରାଯାଇଥିଲା। ଏବିଇଓ ଦଶରଥ ଗଣ୍ଡ, ବାଲକଦାସ ରନ୍ଧାରି, ପୁର୍ଣ୍ଣ ଚନ୍ଦ୍ର ପୁଜାରି ସହ ବ୍ଲକର ଶିକ୍ଷୟତ୍ରୀ ଶିକ୍ଷକ ମାନେ ଉପସ୍ଥିତ ଥିଲେ। ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରୀ ଛାତ୍ର  ରବିବାର ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଭାଗ ନେବେ।

Comments are closed.