ସୁରଟ କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ଘଟଣା : ମୃତ୍ୟୁ ସଂଖ୍ୟା ୨୨କୁ ବୃଦ୍ଧି, ମାଲିକ ଗିରଫ

ସୁଟର : ଗୁଜରାଟର ସୁରଟ କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ଘଟଣା ଜନିତ ମୃତ୍ୟୁ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି। ଶନିବାର ଆଉ ଦୁଇ ଜଣ ଛାତ୍ରଙ୍କର ମୃତ୍ୟୁ ଘଟିଛି । ତେବେ ଇତିମଧ୍ୟରେ ପୁଲିସ୍‍ ଭାର୍ଗବ ଭୁତାନି କୋଚିଂ ସେଣ୍ଟରର ମାଲିକଙ୍କୁ ଗିରଫ କରିଛି ।

ସୁରଟ ପୁଲିସ କମିଶନର ଶତୀଶ ଶର୍ମା ସାମ୍ବାଦିକମାନଙ୍କୁ କହିଛନ୍ତି, ବିଲଡର ହର୍ଷୁଲ୍‍ ବେକାରିଆ, ଜିଗ୍ନେଶ ପଗଦଲ୍‍ ଓ କୋଚିଂ ସେଣ୍ଟରର ମାଲିକ ଭାର୍ଗବ ଭୁତାନିଙ୍କ ବିରୁଦ୍ଧରେ ଏଫ୍‍ଆଇଆର୍‍ ରୁଜୁ କରାଯାଇଛି। ସେ କହିଛନ୍ତି, ଆଇପିସି ଧାରା ୩୦୪, ୩୦୮ ଓ ୧୧୪ ଅଧୀନରେ ମାମଲା ରୁଜୁ
ହୋଇଛି।

ଶୁକ୍ରବାର ସେହି କୋଚିଂ ସେଣ୍ଟରରେ ପାଠପଢ଼ା ଚାଲିଥିବା ବେଳେ ଅଗ୍ନିକାଣ୍ଡ ଘଟିବାରୁ ଅତି କମରେ ୨୦ଜଣ ଛାତ୍ରଛାତ୍ରୀଙ୍କର ମୃତ୍ୟୁ ଘଟିଥିଲା। ସେମାନଙ୍କ ମଧ୍ୟରେ ଅଧିକାଂଶ ଝିଅ ଅଛନ୍ତି । ଅଗ୍ନିକାଣ୍ଡରେ ଆଉ ୧୬ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଇତିମଧ୍ୟରେ ସ୍ଥାନୀୟ କର୍ତ୍ତୃପକ୍ଷ ଅହମ୍ମଦାବାଦ,ଭଦୋଦ୍ରା, ରାଜକୋଟ୍‍ ଓ ଅନ୍ୟାନ୍ୟ ସହରରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା ନଥିବା କୋଚିଂ ସେଣ୍ଟର ଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତ୍ୟେକ ମୃତ ଛାତ୍ରଛାତ୍ରୀଙ୍କ ପରିବାରକୁ ୪ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବାକୁ ରାଜ୍ୟସରକାର ଘୋଷଣା କରିଛନ୍ତି।

Comments are closed.