ବିଜେଡିରେ ମିଶିବାକୁ ଡାକରା ଆସିଥିଲା, ଯାଇନଥିଲି: ସୁର

ଭୁବନେଶ୍ୱର: ‘ବିଜେଡିରେ ମିଶିବାକୁ ଡାକରା ଆସିଥିଲା, ହେଲେ ମନ ମାନି ନଥିଲା’ ବୋଲି କହିଛନ୍ତି ଜଟଣୀର କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ପ୍ରଦୀପ ମାଝି କଂଗ୍ରେସ ଛାଡ଼ିବା ପରେ ସୁର ତାଙ୍କ ପ୍ରତିକ୍ରିୟାରେ ଏହି କଥା କହିଛନ୍ତି।

ସୁର କହିଛନ୍ତି ଯେ ୧୯ ବର୍ଷ ତଳେ ବିଜେଡିରେ ମିଶିବାକୁ ଘରକୁ ଡାକି ତାଙ୍କୁ ପ୍ରସ୍ତାବ ଦେଇଥିଲେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜଟଣୀ କିମ୍ବା ଭୁବନେଶ୍ୱର, ଯେଉଁଠାରୁ ସେ ଚାହିଁବେ ଲଢ଼ିପାରିବେ ବୋଲି ତାଙ୍କୁ ସୁଯୋଗ ଦିଆଯାଇଥିଲା। ତେବେ ସେ କହିଥିଲେ ଯେ ସେ ମରିବା ଯାଏଁ କଂଗ୍ରେସରେ ରହିବେ। ଏହା ପରେ ନବୀନ ତାଙ୍କୁ ଧନ୍ୟବାଦ (ଥ୍ୟାଙ୍କ‌ ୟୁ) କହିଥିଲେ।
ସେହିଭଳି କଂଗ୍ରେସରୁ ଇସ୍ତଫା ଦେଇଥିବା ପ୍ରଦୀପ ମାଝିଙ୍କ ଉପରେ ବର୍ଷିଛନ୍ତି ସୁର। ସେ କହିଛନ୍ତି, ଯାହାର କ୍ଷମତା ଓ ଟଙ୍କା ଦରକାର, ସେ ଗୋଟିଏ ଦଳରେ ସ୍ଥିର ରହେ ନାହିଁ। ନିଜ ସ୍ୱାର୍ଥ ପାଇଁ ଦଳ ଛାଡ଼ିଛନ୍ତି ପ୍ରଦୀପ। ତାଙ୍କ ଇସ୍ତଫାର ପ୍ରଭାବ କଂଗ୍ରେସ ଦଳ ଉପରେ ପଡ଼ିବ ନାହିଁ।

Comments are closed.