ସୁରଙ୍କ ରାମ ଅବତାର

ଭୁବନେଶ୍ୱର: ପୁଣି ଚର୍ଚ୍ଚାକୁ ଆସିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ। ଗତ କିଛି ଦିନ ପୂର୍ବରୁ ‘ରଙ୍ଗବତୀ’ ଓ ନିଶା ନିବାରଣ ଉପରେ ଗୀତ ଗାଇ ସେ ଚର୍ଚ୍ଚାକୁ ଆସିଥିଲେ। ଏପରିକି ‘ରଙ୍ଗବତୀ’ର ମ୍ୟୁଜିକ୍‌ ଭିଡିଓରେ ତାଙ୍କ ଆବିର୍ଭାବ ବେଶ୍‌ ମନୋରଞ୍ଜନ ଯୋଗାଇଥିଲା।

ଗୁରୁବାର ତାଙ୍କୁ ରାମ ବେଶରେ ଦେଖିବାକୁ ମିଳିଥିଲା। ଖୋର୍ଦ୍ଧାର ବରୁଣେଇରେ ସୁଟିଂ ଚାଲିଥିବା ନିଶା ନିବାରଣ ସମ୍ପର୍କିତ ସଙ୍ଗୀତ ଭିଡିଓ ‘ସୋନାବାପା…’ରେ ସେ ପୂର୍ବରୁ କଣ୍ଠଦାନ କରିଥିବାବେଳେ ଆଜି ଏହାର ଭିଡିଓ ସୁଟିଂ ହୋଇଥିଲା। ଯୁବପିଢ଼ିଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏପରି ସଙ୍ଗୀତ ପ୍ରସ୍ତୁତ ହୋଇଥିବାବେଳେ ଏଥିରେ ଅଭିନୟ କରି ସୁର ବେଶ୍‌ ଉଲ୍ଲସିତ ବୋଲି କହିଛନ୍ତି। ଆଜି ସୁଟିଂ ସମୟରେ ସୁରଙ୍କ ରାମ ଅବତାର ଦେଖିବା ନିମନ୍ତେ ବେଶ୍‌ ଭିଡ଼ ଜମିଥିଲା।

Comments are closed.