ବିଦ୍ୟୁତ୍ କାଟ୍ ହେଲେ ସେସୁ କର୍ମଚାରୀଙ୍କୁ ଗାଁରେ ପୂରାଇ ଦେବୁ ନାହିଁ: ସୁର ରାଉତରାୟ

ଭୁବନେଶ୍ୱର: ଆସନ୍ତା ୧୬ରୁ ବକେୟା ଖିଲାପକାରୀଙ୍କ ବିଦ୍ୟୁତ୍ କାଟ୍ ହେବ। ଏନେଇ ସେସୁ ତରଫରୁ ଘୋଷଣା ହେବା ପରେ କଂଗ୍ରେସ ବିଧାୟକ ସୁରେଶ ଉତରାୟ ଏହାକୁ କଡା ସମାଲୋଚନା କରିଛନ୍ତି। ଗରିବ ଲୋକଙ୍କ ଲାଇନ କାଟିଲେ କଂଗ୍ରେସ ରାସ୍ତାକୁ ଓହ୍ଲାଇବ ବୋଲି ସୁର କହିଛନ୍ତି। ମୁଣ୍ଡ ଉପରେ ପିଲାଙ୍କ ପରୀକ୍ଷା, ନିଷ୍ପତ୍ତି ବଦଳାଅ ନହେଲେ ଆନ୍ଦୋଳନ ଜୋରଦାର ହେବ। ଆମକୁ କେହି ରୋକି ପାରିବେ ନାହିଁ। ସେସୁ କର୍ମଚାରୀଙ୍କୁ ଗାଁକୁ ପୂରାଇ ଦିଆଯିବ ନାହିଁ ବୋଲି ସୁର ରାଉତରାୟ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଶିଳ୍ପପତିମାନଙ୍କ ନିକଟରେ ସେସୁର ଶହଶହ କୋଟି ଟଙ୍କା ବକେୟା ରାଶି ପଡି ରହିଛି, ପ୍ରଥମେ ସେମାନଙ୍କଠାରୁ ଟଙ୍କା ଆଦାୟ କର। ସେମାନଙ୍କଠାରୁ ଅର୍ଥ ଆଦାୟ ହେଲାନି ବୋଲି କ’ଣ ଗରିବ ଲୋକଙ୍କ ବିଦ୍ୟୁତ୍ କାଟିବ? ପ୍ରଶ୍ନ ଉଠୁନି। ଗରିବ ଲୋକଙ୍କ ଉପରେ ଏତେ ଅତ୍ୟାଚାର କାହିଁକି ବୋଲି ସୁର ରାଉତରାୟ ପ୍ରଶ୍ନ କରିଛନ୍ତି।

Comments are closed.