ନିର୍ଭୟା ଦୋଷୀ ପବନ ଗୁପ୍ତାର କ୍ୟୁରେଟିଭ୍‌ ପିଟିସନ୍‌ ଖାରଜ : କାଲି ହୋଇପାରେ ଫାଶୀ

ନୂଆଦିଲ୍ଲୀ: ନିର୍ଭୟା ଦୋଷୀ ପବନ ଗୁପ୍ତାର କ୍ୟୁରେଟିଭ୍‌ ପିଟିସନ୍‌କୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ଏହା ସହ ଫାଶୀ ଦଣ୍ଡ ଉପରେ ରୋକ ଲଗାଇବାକୁ ହୋଇଥିବା ଆବେଦନକୁ ମଧ୍ୟ ସୁପ୍ରିମକୋର୍ଟର ପାଞ୍ଚଜଣିଆ ଖଣ୍ଡପୀଠ ଖାରଜ କରି ଦେଇଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ନିର୍ଭୟା ପବନ ଗୁପ୍ତା ନିକଟରେ ଅନ୍ୟ ଏକ ବିକଳ୍ପ ରହିଛି। ସେ ରାଜକ୍ଷମା ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ଆବେଦନ କରିପାରିବ। ପବନ ଗୁପ୍ତା ଶୁକ୍ରବାର ସନ୍ଧ୍ୟାରେ ସୁପ୍ରିମକୋର୍ଟରେ କ୍ୟୁରେଟିଭ୍‌ ପିଟିସନ୍‌ ଆବେଦନ କରିଥିଲେ। ସୋମବାର ପୂର୍ବାହ୍ନରେ ସୁପ୍ରିମକୋର୍ଟ ରୁଦ୍ଧ ପ୍ରକୋଷ୍ଠରେ ଦୋଷୀ ପବନ କୁମାର ଗୁପ୍ତାର ପିଟିସନ୍‌ ଉପରେ ଶୁଣାଣି ହୋଇ ଏହି ନିଷ୍ପତ୍ତି ହୋଇଛି। ଅନ୍ୟପକ୍ଷରେ ଅନ୍ୟ ଜଣେ ଦୋଷୀ ଅକ୍ଷୟ ସିଂହ ରାଜକ୍ଷମା ପାଇଁ ଶନିବାର ରାଷ୍ଟ୍ରପତିଙ୍କ ନିକଟରେ ଆବେଦନ କରିଛି।

Comments are closed.