ଆଜି ସୁପ୍ରିମକୋର୍ଟରେ ସିଏଏ ଶୁଣାଣି

ନୂଆଦିଲ୍ଲୀ: ସିଏଏକୁ ବିରୋଧ କରି ସୁପ୍ରିମକେର୍ଟରେ ଦାୟର ପିଟିସନଗୁଡିକ ଉପରେ ବୁଧବାର ସୁପ୍ରିମକୋର୍ଟ ଶୁଣାଣି କରିବେ। ସିଏଏକୁ ବିରୋଧ କରି ସୁପ୍ରିମକୋର୍ଟରେ ୧୪୪ଟି ପିଟିସନ ଦାୟର କରାଯାଇଛି। ଡିସେମ୍ବର ୧୮ତାରିଖରେ ସୁପ୍ରିମକୋର୍ଟଙ୍କ ତିନିଜଣିଆ ବିଚାରପତି ପୀଠ ଏହି ପିଟିସନଗୁଡିକ ଉପରେ ପ୍ରଥମ ଶୁଣାଣି କରି କେନ୍ଦ୍ର ସରକାର ଓ ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳଙ୍କୁ ନୋଟିସ ଜାରି କରିଥିଲେ। ନୋଟିସ ଉପରେ ଆଟର୍ଣ୍ଣି ଜେନେରାଲ ତାଙ୍କର ଜବାବ ରଖିବେ।

ସୂଚନାଯୋଗ୍ୟ ସିଏଏକୁ ଚ୍ୟାଲେଞ୍ଜ କରି ଦେଶର ବିଭିନ୍ନ ହାଇକୋର୍ଟରେ କରି ଏକାଧିକ ପିଟିଶନ ଦାଖଲ କରାଯାଇଛିଥିଲା। ଏସବୁ ପିଟିଶନକୁ ସୁପ୍ରିମକୋର୍ଟକୁ ସ୍ଥାନାନ୍ତର କରି ଏକାସାଙ୍ଗରେ ଶୁଣାଣି କରିବାକୁ କେନ୍ଦ୍ର ସରକାର ନିବେଦନ କରିଥିଲେ। ସୁପ୍ରିମକୋର୍ଟ ଆସନ୍ତା ୨୨ ତାରିଖରେ କେନ୍ଦ୍ର ସରକାରଙ୍କ ପିଟିଶନ ସମେତ ସିଏଏ ସମ୍ବନ୍ଧୀୟ ସମସ୍ତ ପିଟିଶନର ଶୁଣାଣି କରିବେ ବୋଲି ଘୋଷଣା କରିଥିଲେ।

Comments are closed.