ସଂରକ୍ଷଣ ସଂକ୍ରାନ୍ତ ଲକ୍ଷ୍ମଣରେଖା ପୁରୁଣା ହେଲାଣି : ସୁପ୍ରିମକୋର୍ଟ

ସଂରକ୍ଷଣ ସୀମା ବୃଦ୍ଧି ନେଇ ରାଜ୍ୟଙ୍କ ମତ ଆହ୍ବାନ

ନୂଆଦିଲ୍ଲୀ : ସଂରକ୍ଷଣ ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ସରକାରଙ୍କୁ ପତ୍ର ଲେଖି ଏକ ମହତ୍ତ୍ବପୂର୍ଣ୍ଣ ଉତ୍ତର ଲୋଡ଼ିଛନ୍ତି। ନିଯୁକ୍ତି ଓ ଅଧ୍ୟୟନ କ୍ଷେତ୍ରରେ ସଂରକ୍ଷଣ ସୀମା ୫୦ ପ୍ରତିଶତ ମଧ୍ୟରେ ରହିବା ଉଚିତ କିମ୍ବା ଅଧିକ ହେବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। ମରାଠା ସଂରକ୍ଷଣ ପ୍ରସଙ୍ଗରେ ଶୁଣାଣି କରୁଥିବା ବିଚାରପତି ଅଶୋକ ଭୂଷଣଙ୍କ ନେତୃତ୍ବାଧୀନ  ସୁପ୍ରିମକୋର୍ଟର ୫ଜଣିଆ ପୀଠ ସଂରକ୍ଷଣ ମାମଲାରେ ସବୁ ରାଜ୍ୟଙ୍କ ମତାମତ ନିଆଯିବା ଆବଶ୍ୟକ ବୋଲି ଦର୍ଶାଇ ରାଜ୍ୟ  ସରକାରମାନଙ୍କୁ ନୋଟିସ୍ ଜାରି କରିଛନ୍ତି। ଆସନ୍ତା ୧୫ ତାରିଖ ସୁଦ୍ଧା ଏହାର ଜବାବ ଦେବାକୁ ଏଥିରେ କୁହାଯାଇଛି।

୧୯୯୨ରେ ସୁପ୍ରିମକୋର୍ଟର ୯ଜଣିଆ ପୀଠ ସଂରକ୍ଷଣ ସୀମା ସର୍ବାଧିକ ୫୦ ପ୍ରତିଶତ ମଧ୍ୟ​‌େ​‌ର ରହିବ ବୋଲି ରାୟ ଦେବା​‌ ସହ ଏ କ୍ଷେତ୍ରରେ ଲକ୍ଷ୍ମଣ ​ରେଖା ଟାଣି ଦେଇଥିଲେ ; କିନ୍ତୁ ବିଭିନ୍ନ ରାଜ୍ୟରେ ସଂରକ୍ଷଣ ଦାବି ଜୋର୍‌ ଧରିବା କାରଣରୁ ବିଶେଷ ପରିସ୍ଥିତିରେ ଏହାକୁ ବୃଦ୍ଧି କରାଯାଇ ପାରିବ କି ନାହିଁ ତାହା ବିଚାର କରିବାର ସମୟ ଆସିଥିବା ମତ ଦେଇଛନ୍ତି। ଇତିମଧ୍ୟରେ ମହାରାଷ୍ଟ୍ର ଓ ତାମିଲନାଡୁ ଭଳି କିଛି ରାଜ୍ୟ ରାଜନୈତିକ ଉଦ୍ଦେଶ୍ୟରେ ସଂରକ୍ଷଣ ପରିମାଣ ୬୦ପ୍ରତିଶତକୁ ବୃଦ୍ଧି ପାଇଁ ପଦକ୍ଷେପ ନେଇଛନ୍ତି। ମହାରାଷ୍ଟ୍ରରେ ମରାଠାଙ୍କୁ ସଂରକ୍ଷଣ ପାଇଁ ଦୀର୍ଘ ଦିନ ଧରି ଦାବି ହେବା ପରିପ୍ରେକ୍ଷୀରେ ୨୦୧୮ରେ ରାଜ୍ୟ ସରକାର ଶିକ୍ଷା ଓ ଚାକିରି କ୍ଷେତ୍ରରେ ୧୨ରୁ ୧୩ ପ୍ରତିଶତ ସଂରକ୍ଷଣ ପାଇଁ ଆଇନ ଆଣିଥିଲେ; ଯାହାକୁ ବମ୍ବେ ହାଇକୋର୍ଟ ହ୍ରାସ କରିଥିଲେ। ମହାରାଷ୍ଟ୍ରରେ ବାସ୍ତବରେ କେଉଁମାନଙ୍କ ପାଇଁ କେତେ ପ୍ରତିଶତ ସଂରକ୍ଷଣ ଲାଗୁ ହୋଇଛି ଏବଂ ଏହା ବିଶେଷ ପରିସ୍ଥିତିକୁ ଦୃଷ୍ଟିରେ ରଖି ଲାଗୁ ହୋଇଛି କି ପୀଠ ତାହା ଜାଣିବାକୁ ଚାହିଁଛନ୍ତି। ମାମଲାର ଶୁଣାଣି ଆସନ୍ତା ୧୫କୁ ଧାର୍ଯ୍ୟ ହୋଇଛି।

Comments are closed.