ଦେଶରେ ଏକକ ଶିକ୍ଷା ବ୍ୟବସ୍ଥା, ନିଷ୍ପତ୍ତି ନେବେ ସରକାର : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଛଅରୁ ୧୪ ବର୍ଷ ବୟସ ମଧ୍ୟରେ ପିଲାମାନଙ୍କ ପାଇଁ ଦେଶରେ ଏକକ ଶିକ୍ଷା ବ୍ୟବସ୍ଥା ପ୍ରଣୟନ କରିବା ସଂପର୍କରେ​ ସୁପ୍ରିମକୋର୍ଟରେ କରାଯାଇଥିବା ଏକ ଆବେଦନକୁ ଅଦାଲତ ଅଗ୍ରାହ୍ୟ କରି ଦେଇଛନ୍ତି। ଜଷ୍ଟିସ୍‍ ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି, ଏ ବିଷୟରେ ନୀତି ନିର୍ଦ୍ଧାରଣକାରୀ ମାନେ ନିଷ୍ପତ୍ତି ନେବେ ଓ ଏହା ସୁପ୍ରିମକୋର୍ଟଙ୍କ ବିଚାର ପରିସରରେ ଆସୁ ନାହିଁ।

ଆବେଦନକାରୀଙ୍କୁ ଏ ବିଷୟରେ ସରକାରଙ୍କ ନିକଟରେ ଆବେଦନ କରିବା ପାଇଁ କୋର୍ଟ ପରାମର୍ଶ ଦେଇଛନ୍ତି। ଆବେଦନକାରୀ ‘ଏକ ଦେଶ ଏକ ଶିକ୍ଷା ବୋର୍ଡ’ ସ୍ଥାପନ ପାଇଁ ତାଙ୍କର ଆବେଦନରେ ଉଲ୍ଲେଖ କରିଥିଲେ ଓ ଭାରତୀୟ ମାଧ୍ୟମିକ ଶିକ୍ଷା ବୋର୍ଡ  ସାର୍ଟିଫିକେଟ୍‍ ଏବଂ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡର ମିଶ୍ରଣ ନେଇ ଆବେଦନ କରିଥିଲେ।

Comments are closed.