ଲକଡାଉନ୍ ସମୟରେ କୋର୍ଟରେ ୧୮ ଲକ୍ଷରୁ ଅଧିକ ମାମଲା : ଜଷ୍ଟିସ୍ ଚନ୍ଦ୍ରଚୁଡ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୁଡ ଶନିବାର କହିଛନ୍ତି, ଯେ କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ମାର୍ଚ୍ଚରୁ ଜୁଲାଇ ମଧ୍ୟରେ ଲାଗୁ ହୋଇଥିବା ଲକଡାଉନ୍ ସମୟରେ ସାରା ଦେଶରେ ୧୮ ଲକ୍ଷରୁ ଅଧିକ ମାମଲା ଦାୟର କରାଯାଇଛି ।

ସେ କହିଛନ୍ତି ଯେ ‘ଅତ୍ୟଧିକ ଅସାଧାରଣ ପରିସ୍ଥିତିରେ’ ଡିଜିଟାଲ୍ କୋର୍ଟ ସବୁଦିନ ପାଇଁ ରହିବ ନାହିଁ ଏବଂ ଧୀରେ ଧୀରେ ଅଦାଲତ ଗୁଡିକ ପୁନର୍ବାର ସ୍ବଭାବିକ ଭାବେ କାର୍ଯ୍ୟ ଆରମ୍ଭ କରିବେ। ନାସିକରେ ଦେଶର ପ୍ରଥମ ‘ଇ-ପ୍ରଶାସନ କେନ୍ଦ୍ର’ର ଡିଜିଟାଲ ଉଦଘାଟନ କାର୍ଯ୍ୟକ୍ରମରେ ସେ ଏହା କହିଛନ୍ତି । ଜଷ୍ଟିସ୍ ଚନ୍ଦ୍ରଚୁଡ କହିଛନ୍ତି ଯେ ଲକଡାଉନ୍ ଅବଧି ମଧ୍ୟରେ ମାର୍ଚ୍ଚ ୨୪ ରୁ ଜୁଲାଇ ୨୪ ମଧ୍ୟରେ ସାରା ଦେଶରେ ୧୮,୦୩,୩୨୭ଟି ମାମଲା ନେଇ ଆବେଦନ କରାଯାଇଥିଲା, ସେଥିମଧ୍ୟରୁ ୭,୯୦,୧୧୨ଟିର ସମାଧାନ କରାଯାଇଛି।

ମହାରାଷ୍ଟ୍ରରେ ୨.୨୨ ଲକ୍ଷ କୋର୍ଟ ମାମଲା

ସେ କହିଛନ୍ତି ଯେ, ଏହି ସମୟ ମଧ୍ୟରେ ମହାରାଷ୍ଟ୍ରର ଜିଲ୍ଲା କୋର୍ଟରେ ୨,୨୨,୪୩୧ଟି ମାମଲା ଦାୟର କରାଯାଇଥିଲା ଯେଉଁଥିରୁ ୬୧,୯୮୬ଟି ମାମଲାର କରୋନା ମହାମାରୀ ସତ୍ତ୍ୱେ ସମାଧାନ କରାଯାଇଛି। ତାଙ୍କ କହିବାନୁସାରେ, ଡିଜିଟାଲ କୋର୍ଟ ଯୋଗୁଁ ଏହି ସଙ୍କଟ ସମୟ ସତ୍ତ୍ୱେ ନ୍ୟାୟ ବ୍ୟବସ୍ଥା ବ୍ୟାହତ ହୋଇନାହିଁ। ଜଷ୍ଟିସ୍ ଚନ୍ଦ୍ରଚୁଡ ସେହି ଚିନ୍ତାଧାରାକୁ ଖଣ୍ଡନ କରି କହିଛନ୍ତି ଯେ, ନିୟମିତ କୋର୍ଟ ବଦଳରେ ଡିଜିଟାଲ୍ କୋର୍ଟ  କାର୍ଯ୍ୟ କରିଛନ୍ତି।

ସେ କହିଛନ୍ତି,ଯେ ସଙ୍କଟ ସମୟରେ ଯେପରି ନ୍ୟାୟ ପ୍ରଦାନ ବ୍ୟାହତ ନହୁଏ ସେଥିପାଇଁ ଦେଶରେ ‘ଡିଜିଟାଲ କୋର୍ଟ’ ବ୍ୟବସ୍ଥା ଲାଗୁ କରାଯାଇଥିଲା` କିନ୍ତୁ ଅଦାଲତରେ ଖୋଲା କୋର୍ଟର ଶୁଣାଣି ସ୍ଥାନ କେହି ନେଇ ପାରିବେ ନାହିଁ। ଅତି ଅସାଧାରଣ ପରିସ୍ଥିତିରେ ଏହି ସ୍ବତନ୍ତ୍ର ପଦକ୍ଷେପକୁ କାର୍ଯ୍ୟକାରୀ ହୋଇଥିଲା ଏବଂ ଧୀରେ ଧୀରେ ଆମେ ସାଧାରଣ କୋର୍ଟରେ ଶୁଣାଣି ଆଡକୁ ଫେରିବା |

ତେବେ ସେ କହିଛନ୍ତି, ନିୟମିତ କୋର୍ଟରେ ଶୁଣାଣି ପାଇଁ ଯିବା ପୂର୍ବରୁ ଆମକୁ ଜନସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମାର୍ଗଦର୍ଶନ ଆବଶ୍ୟକ ।

Comments are closed.