ନିର୍ଭୟା ବଳାତ୍କାର ଓ ହତ୍ୟା ମାମଲାର ୪ ଜଣ ଯାକ ଦୋଷୀ ବ୍ୟକ୍ତିଙ୍କ ମୃତ୍ୟୁ ଦଣ୍ଡାଦେଶ କାଏମ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ନିର୍ଭୟା ସାମୁହିକ ବଳାତ୍କାର ଓ ହତ୍ୟା ମାମଲାର ୪ ଜଣ ଯାକ ଦୋଷୀ ବ୍ୟକ୍ତିଙ୍କ ମୃତ୍ୟୁ ଦଣ୍ଡାଦେଶକୁ କାଏମ ରଖିଛନ୍ତି। ଜଣେ ଦୋଷୀ ବ୍ୟକ୍ତି ଅକ୍ଷୟ କୁମାର ସିଂହ କରିଥିବା ସମୀକ୍ଷା ଆବେଦନକୁ ଖାରଜ କରି ଆର୍‍. ଭାନୁମତିଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ କହିଛନ୍ତି, ୨୦୧୭ ରାୟର ସୀମକ୍ଷା ପାଇଁ କୌଣସି ଯଥାର୍ଥତା ନାହିଁ। ଖଣ୍ଡପୀଠ କହିଛନ୍ତି, ଦୋଷୀ ବ୍ୟକ୍ତିମାନେ ଯେଉଁ ବିଷୟ ଉତ୍ଥାପନ କରିଛନ୍ତି, ପୂର୍ବରୁ ସର୍ବୋଚ୍ଚ ଅଦାଲତ ସେଗୁଡ଼ିକର ବିବେଚନା କରିସାରିଛନ୍ତି। ପୂର୍ବରୁ ଅଦାଲତରେ ସମୀକ୍ଷା ଆବେଦନକୁ ବିରୋଧ କରି ସଲିସିଟର ଜେନେରାଲ୍‍ ତୁଷାର ମେହେଟ୍ଟା କହିଥିଲେ, ଦୋଷୀ ବ୍ୟକ୍ତିମାନେ କୌଣସି କ୍ଷମା ପାଇବା ପାଇଁ ହକ୍‍ଦାର ନୁହନ୍ତି। ସେ କହିଥିଲେ, ଏଭଳି କିଛି ଅପରାଧ ଥାଏ ଯେଉଁଠି ମାନବିକତା ଆଖିରେ ମଧ୍ୟ ଲୁହ ଆସିଯାଏ ଓ ଏହା ସେହିଭଳି ଏକ ମାମଲା।

ମେହେଟ୍ଟା କହିଥିଲେ, ଦୋଷୀ ବ୍ୟକ୍ତିମାନେ ମାମଲାର ଫୈସଲାରେ ବିଳମ୍ବ ଘଟିବା ପାଇଁ ସମ୍ମିଳିତୀ ଉଦ୍ୟମ ଚଳାଇଛନ୍ତି କିନ୍ତୁ ଆଇନ୍‍ ତା ବାଟରେ କାର୍ଯ୍ୟ କରିବ। ୨୦୧୨ ମସିହା ଡିସେମ୍ବର ୧୬ ତାରିଖ ଦିନ ଦକ୍ଷିଣ ଦିଲ୍ଲୀରେ ୨୩ ବର୍ଷ ବୟସ୍କା ଡାକ୍ତରୀ ସହାୟକ ଛାତ୍ରୀଙ୍କୁ ଦୋଷୀ ବ୍ୟକ୍ତିମାନେ ନିର୍ମମ ଭାବେ ବଳାତ୍କାର କରି ଏକ ପରିତ୍ୟକ୍ତ ସ୍ଥାନରେ ଫିଙ୍ଗିଦେଇ ଚାଲିଯାଇଥିଲେ। ଡିସେମ୍ବର ୨୯ ତାରିଖରେ ସିଙ୍ଗାପୁରର ମାଉଣ୍ଟ ଏଲିଜାବେଥ୍‍ ହସ୍ପିଟାଲରେ ପୀଡ଼ିତାଙ୍କର ମୃତ୍ୟୁ ଘଟିଥିଲା।

Comments are closed.