ଆରଟି-ପିସିଆର ପରୀକ୍ଷା ମୂଲ୍ୟ ୪୦୦ଟଙ୍କା ଧାର୍ଯ୍ୟ ହେଉ; କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ନୋଟିସ୍‌

ନୂଆଦିଲ୍ଲୀ : କରୋନା ଭୂତାଣୁ ସଂକ୍ରମଣକୁ ଠାବ କରିବା ନିମନ୍ତେ ହେଉଥିବା ଆରଟି-ପିସିଆର ପରୀକ୍ଷା ମୂଲ୍ୟ ନିର୍ଦ୍ଧାରଣ ପ୍ରସଙ୍ଗରେ ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର ସରକାରଙ୍କ ଠାରୁ ଜବାବ ଲୋଡିଛନ୍ତି। ଆରଟି-ପିସିଆର ଟେଷ୍ଟର ମୂଲ୍ୟ ଦେଶବ୍ୟାପୀ ଗୋଟିଏ ପ୍ରକାର ନିର୍ଦ୍ଧାରଣ କରାଯାଉ। ଆଉ ଏହାର ସର୍ବାଧିକ ମୂଲ୍ୟ ୪୦୦ଟଙ୍କା ରଖାଯାଉ ବୋଲି ଅଜୟ ଅଗ୍ରୱାଲ ନାମକ ଜଣେ ଓକିଲ କରିଥିବା ଆବେଦନ ଭିତ୍ତିରେ ସୁପ୍ରିମକୋର୍ଟ ଏହି ନୋଟିସ ଜାରି କରିଛନ୍ତି। ଆବେଦନକାରୀ କହିଛନ୍ତି ଆରଟି-ପିସିଆର ଟେଷ୍ଟ ନାମରେ ଦେଶର ଲୋକଙ୍କୁ ଲୁଟ୍‌ କରାଯାଉଛି। ନାଗପୁରସ୍ଥିତ ଏକ କମ୍ପାନୀ ଆରଟି-ପିସିଆର ଟେଷ୍ଟ କିଟ୍‌ ୨୦୦ ଟଙ୍କାରେ ଯୋଗାଇ ଦେବାକୁ ଆଗ୍ରହୀ ଥିବା ଅଗ୍ରୱାଲ କହିଛନ୍ତି। ପ୍ରଧାନ ବିଚାରପତି ଏସଏ ବୋବଡଙ୍କ ନେତୃତ୍ବ ପୀଠ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିବା ସହିତ ଏହି ମାମଲାକୁ ଦୁଇ ସପ୍ତାହ ପରେ ଶୁଣାଣି କରିବାକୁ ସମୟ ଧାର୍ଯ୍ୟ କରିଛନ୍ତି।

Comments are closed.