ନିର୍ଭୟା ମାମଲା: ୨୦ରେ ପଓ୍ୱନର ଏସଏଲପି ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିର୍ଭୟା ଦୋଷୀ ପଓ୍ୱନ ଗୁପ୍ତାର ସ୍ବତନ୍ତ୍ର ଲିଭ୍‌ ପିଟିଶନ(ଏସପିଏଲ)ର ଶୁଣାଣି ଆସନ୍ତା ୨୦ ତାରିଖରେ ସୁପ୍ରିମକୋର୍ଟରେ ହେବ। ୨୦୧୨ରେ ପଓ୍ୱନ ନାବାଳକ ଥିଲା ବୋଲି ଦାବି କରିଥିବାବେଳେ ଦିଲ୍ଲୀ ହାଇକୋର୍ଟ ତାହାକୁ ମାନି ନ ଥିବାରୁ ଏହାକୁ ଚ୍ୟାଲେଞ୍ଜ କରି ସେ ସୁପ୍ରିମକୋର୍ଟରେ ଏସଏଲପି ଦାଖଲ କରିଛି। ଅପରାଧ ସମୟରେ ପଓ୍ୱନ ନାବାଳକ ଥିଲା ବୋଲି ଦାବି କରି କଠୋର ଦଣ୍ଡରୁ ବର୍ତ୍ତିବାକୁ ଉଦ୍ୟମ କରିଥିଲା। କିନ୍ତୁ ଡିସେମ୍ବର ୧୯ରେ ହାଇକୋର୍ଟ ଏହି ତଥ୍ୟକୁ ଗ୍ରହଣ କରି ନ ଥିଲେ। ତା ବିରୋଧରେ ଅନ୍ୟ ଦୋଷୀଙ୍କ ଭଳି  ବିଚାର ପ୍ରକ୍ରିୟା ଜାରି ରହିଥିଲା। ତେବେ ଦିଲ୍ଲୀ ହାଇକୋର୍ଟ ନାବାଳକ ସମ୍ପର୍କିତ ତଥ୍ୟକୁ ଅଣଦେଖା କରିଥିବା ଅଭିଯେଗା କରି ପଓ୍ୱନ ସୁପ୍ରିମକୋର୍ଟରେ ଏସଏଲପି ଦାଖଲ କରିଛି।

Comments are closed.