ଆଦିତ୍ୟ ଆଲୁମିନିୟମ ପକ୍ଷରୁ ଜାତୀୟ ସୁପୋଷଣ କାର୍ୟ୍ୟକ୍ରମ

ରେଙ୍ଗାଲି:  ଲପଙ୍ଗା ସ୍ଥିତ ଆଦିତ୍ୟ ଆଲୁମିନିୟମ ତରଫରୁ ସ୍ଥାନୀୟ ନିଶାନଭଙ୍ଗା ଓ କତରବଗା ପଂଚାୟତ ରେ ସୁପୋଷଣ ଉପରେ ପର୍ଯ୍ୟବେଶିତ ଆଲୋଚନା ଚକ୍ର ସହ ସୁସ୍ଥ ଶିଶୁ ପ୍ରତିଯୋଗିତା ଆୟୋଜିତ କରାଯାଇ ପୁରସ୍କୃତ କରାଯାଇଥିଲା ଓ ସପ୍ତାହର ଅନ୍ତିମ କାର୍ୟ୍ୟକ୍ରମ ସ୍ଥାନୀୟ ଜଙ୍ଗଲା ପଂଚାୟତ କାର୍ୟାଳୟ ରେ  ପାଳନ କରାଯାଇଥିଲା। ଅନୁଷ୍ଠିତ ହୋଇଥିବା ଏହି କାର୍ୟ୍ୟକ୍ରମ ରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ତରଫରୁ  ଆରତୀ ପାଣିଗ୍ରାହୀ, ପରାମର୍ଶଦାତା,ପୁଷ୍ଟି ପୁନଃର୍ବାସ କେନ୍ଦ୍ର , ମହିଳା ଓ ଶିଶୁ ମଙ୍ଗଳ ବିଭାଗ,ମିଶନ ଶକ୍ତି ତରଫରୁ ବିଚିତ୍ରାନନ୍ଦ ଆଚାର୍ୟ୍ୟ ,ଜିଲ୍ଲା କାର୍ୟ୍ୟକ୍ରମ ପ୍ରବନ୍ଧକ ପୋଷଣ ଯୋଜନା,ଓ ନିରଞ୍ଜନ ପଣ୍ଡା ,ଜିଲ୍ଲା ସଂଯୋଜକ ମିଶନ ଶକ୍ତି, ଡଃ.ଦେବସ୍ମିତା ସେନାପତି , ଡଃ. ସ୍ନିଗ୍ଧଓ ସ୍ୱପ୍ନିକଓ ଉପସ୍ଥିତ ରହି ଅଂଚଳରେ କୁପୋଷଣ ଜନିତ ସମସ୍ୟା ଓ ନିରାକରଣ ସମ୍ବନ୍ଧ ରେ ବିସ୍ତୃତ ଆଲୋଚନା କରିଥିଲେ । ପରିପାର୍ଶ୍ଵିକ ଉନ୍ନୟନ ବିଭାଗୀୟ ମୁଖ୍ୟ ଶ୍ଵେତା ଉପାଧ୍ୟାୟ କଂପାନୀ ତରଫରୁ କମ୍ପାନୀର ସୁପୋଷଣ କାର୍ୟ୍ୟକ୍ରମର ଲକ୍ଷ ,ଉଦେଶ୍ୟ ତଥା ଆଗାମୀ ଦିନରେ କାର୍ୟ୍ୟକ୍ରମକୁ ସୁଦୂର ପ୍ରସାର କରିବା ନିମନ୍ତେ ଅବଗତ କରିଥିଲେ ଓ ଜଙ୍ଗଲ ଓ ପଂଚାୟତର ଅଙ୍ଗନବାଡି ଓ ଆଶା କର୍ମୀ ମାନେ ଉପସ୍ଥିତ ରହି ବିଭିନ୍ନ ପୃଷ୍ଟିକର ଖାଦ୍ୟ ପ୍ରସ୍ତୁତି ଓ ପ୍ରଦର୍ଶନ କରିଥିଲେ ।  କାର୍ୟ୍ୟକ୍ରମ ରେ ପ୍ରଶ୍ନ ଓ ଉତ୍ତର କାର୍ୟ୍ୟକ୍ରମ ମାଧ୍ୟମ ରେ କୃତି ମା ମାନଙ୍କୁ ପୁରସ୍କୃତ କରାଯାଇ ଥିଲା । କୁପୋଷଣ ଶିକାର ହୋଇଥିବା ଶିଶୁ ମାନଙ୍କ ନିମନ୍ତେ ପୃଷ୍ଟିକର ରାସନ, ତଥା ସମସ୍ତ ଅଙ୍ଗନବାଡି କେନ୍ଦ୍ର ନିମନ୍ତେ ଫଳ ବୃକ୍ଷ ଚାରା ପ୍ରଦାନ କରାଯାଇ ଥିଲା ।
କାର୍ୟ୍ୟକ୍ରମଟି ମନୋରଞ୍ଜନ ବେହେରା ,ସହ ପ୍ରବନ୍ଧକ ପରିପାର୍ଶ୍ଵିକ ଉନ୍ନୟନ ବିଭାଗଙ୍କ ତତ୍ୱାବଧାନ ରେ ସଫଳତା ର ସହ ଆୟୋଜନ ହୋଇଥିଲା ।

Comments are closed.