ସୁପରମାର୍କେଟ୍‌ ଫଳ ଖାଇବା ବିପଦ!

୨୦୧୧ରେ ହୋଇଥିବା ଏକ ସର୍ବେକ୍ଷଣର ତଥ୍ୟ ଯେତେବେଳେ ଗଣମାଧ୍ୟମ ଓ ଲୋକଲୋଚନକୁ ଆସିଥିଲା, ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକ୍ରିୟା ହୋଇଥିଲା। ବ୍ରିଟେନ୍‌ର ୨୪ଟି ନାମୀ ସୁପର୍‌ମାର୍କେଟ୍‌କୁ ନେଇ ସ୍ଥିତି ଅନୁଧ୍ୟାନ କରାଯାଇଥିଲା। ଗ୍ରାହକଙ୍କ ଧାରଣା ଯେ ସୁପର୍‌ମାର୍କେଟ୍‌ରେ ସବୁବେଳେ ସତେଜ ଫଳ ଓ ପନିପରିବା ମିଳିଥାଏ। ହେଲେ ଏସବୁ ବଡ଼ବଡ଼ ମାର୍କେଟ୍‌ ଫଳଗୁଡ଼ିକୁ ପ୍ରାୟ ୬ମାସ ଡିପ୍‌ ଫ୍ରିଜର୍‌ରେ ରାସାୟନିକ ଜିନିଷ ଲଗାଇ ରଖନ୍ତି, ପରେ ଏସବୁ ଫ୍ରୁଟ୍ସ ଜୋନ୍‌‌କୁ ଆସୁଥିବାର ପ୍ରକାଶ। ଅନ୍ୟ ଫଳ ତୁଳନାରେ ସେଓ ଉପରେ ଏସବୁର ପ୍ରୟୋଗ ଅଧିକ ହୋଇଥାଏ; କାରଣ ସେଓରେ ଥିବା ପୋଷକତତ୍ତ୍ବ କାରଣରୁ ଏସବୁ ଶୀଘ୍ର ପଚିନଥାଏ। ୨୦୧୦ବେଳକୁ ଲଣ୍ଡନର ଅଧିକାଂଶ ଲୋକ ଫଳ ଖାଇ ଅସୁସ୍ଥ ହେଲେ। ପରେ ଯେତେବେଳେ ବିଶେଷଜ୍ଞ ଦଳ ଅନୁଧ୍ୟାନ କଲେ, ଏହା ଫଳର ସତ୍ୟତା ସାମ୍ନାକୁ ଆସିଥିଲା। ଘଟଣା ପ୍ରକାଶ ପାଇବା ପରେ ବିଭିନ୍ନ ବର୍ଗର ଲୋକ ସ୍ବର ଉତ୍ତୋଳନ କରିଥିଲେ କିନ୍ତୁ ସୁପରମାର୍କେଟ୍‌ ମିଥ୍ୟା ପ୍ରତିଶ୍ରୁତି ଦେଇ ପୁନଃ ନିଜ ବେପାର ଚଳାଇଥିବାର କେତୋଟି ସଂସ୍ଥା କହିଛନ୍ତି।

Comments are closed.