ଚଳଚ୍ଚିତ୍ର ଓ ଧାରାବାହିକ ଅଭିନେତା ସୁନିଲ ନାୟକଙ୍କ ପରଲୋକ

ଭୁବନେଶ୍ବର : ଓଡିଆ ଧାରାବାହିକ ତଥା ସିନେ ଅଭିନେତା ସୁନିଲ ନାୟକଙ୍କର ପରଲୋକ ଘଟିଛି। ହୃଦଘାତରେ ସୁନିଲଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୯ବର୍ଷ ହୋଇଥିଲା। ମଙ୍ଗଳବାର ଏକ କମେଡି ଧାରାବାହିକର ସୁଟିଂ ଚାଲିଥିବା ସେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ସୁନୀଲଙ୍କୁ ମୃତ ଘୋଷଣା କରିଥିଲେ।
Related Posts
ସୁନିଲ ଅନେକ ଓଡିଆ ଚଳଚ୍ଚିତ୍ର ଓ ଧାରାବାହିକରେ ଅଭିନୟ କରିଥିଲେ। ବହୁ ଟେଲି କଳାକାର ତାଙ୍କର ଶେଷ ଦର୍ଶନ କରିଛନ୍ତି।
Comments are closed.