କରୋନା ବାତାବରଣକୁ ସକାରାତ୍ମକ କରିଛି ‘ରାମାୟଣ’ – ସୁନୀଲ ଲହିରି

ରାମାୟଣ ସିରିୟଲରେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ସୁନୀଲ ଲହିରି ନିଜର ମନ୍ତବ୍ୟ ଦେଇ କହିଛନ୍ତି ଯେ, ଦେଶବାସୀ ଏକ କଷ୍ଟଦାୟକ ପରିସ୍ଥିତି ଦେଇ ଗତି କରୁଛନ୍ତି। ଏଭଳି ପରିସ୍ଥିତିରେ କରୋନା ବାତାବରଣକୁ ସକରାତ୍ମକ କରିଛି ‘ରାମାୟଣ’ ସିରିୟଲ। ଘରେ ଘରେ ସିରିୟଲ ଦେଖିବା ଦ୍ବାରା ଲୋକଙ୍କ ମଧ୍ୟରେ ସକାରାତ୍ମକ ଶକ୍ତି ସୃଷ୍ଟି ହୋଇଛି।

ସେହିପରି ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖାଲିୟା କହିଛନ୍ତି ଯେ, ମାତା ସୀତା ମଧ୍ୟ ଲଙ୍କାର ଅଶୋକା ବାଟିକାରେ ଲକଡାଉନରେ ଥିଲେ। ଏହି ସମୟରେ ତାଙ୍କୁ ବହୁତ କଷ୍ଟ ସହିବାକୁ ପଡିଥିଲା। ସେ ବହୁତ ଧୈର୍ଯ୍ୟ ସହ ପରିସ୍ଥିତର ସାମ୍ନା କରିଥିଲେ। ଆଜିର ପରିସ୍ଥିତି ଏବଂ ରାମାୟଣର ସେହି ପ୍ରସଙ୍ଗ ମଧ୍ୟରେ ଏକ ବଡ ସମ୍ବନ୍ଧ ରହିଛି।

Comments are closed.