ସୁୁନୀଲ ଚତୁର୍ବେଦୀ : ମ୍ୟାଚ୍ ରେଫରୀ ଭାବେ ଶତକୀୟ ରେକର୍ଡ

ନୂଆଦିଲ୍ଲୀ : ମ୍ୟାଚ ରେଫରୀ ଭାବେ ୧୦୦ଟି କ୍ରିକେଟ ମ୍ୟାଚ ପରିଚାଳନା କରିବାରେ ଏକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ସୁୁନୀଲ ଚତୁର୍ବେଦୀ । ବୁଧବାର ନୂଆଦିଲ୍ଲୀରେ ହାଇଦରାବାଦ ଏବଂ ଦିଲ୍ଲୀ ମଧ୍ୟରେ ରଣଜୀ ଟ୍ରଫି ମ୍ୟାଚରେ ସେ ରେଫରୀ ଦାୟୀତ୍ୱ ତୁଲାଇ ଏହି ରେକର୍ଡ ପ୍ରତିଷ୍ଠା କରିଛନ୍ତି । ବିସିସିଆଇ ମ୍ୟାଚ ରେଫରୀ ଭାବେ ସେ ୧୦୦ଟି ପ୍ରଥମ ଶ୍ରେଣୀ ମ୍ୟାଚରେ ରେଫରୀ ଦାୟୀତ୍ୱ ତୁଲାଇବାର ଗୌରବ ହାସଲ କରିଛନ୍ତି ।
୧୯୯୯ରେ ଉନାଠାରେ ସର୍ଭିସେସ ଏବଂ ହିମାଚଳ ପ୍ରଦେଶ ମଧ୍ୟରେ ଉତ୍ତରାଞ୍ଚଳ ରଣଜୀ ମ୍ୟାଚରୁ ସେ ନିଜ ରେଫରୀ କ୍ୟାରିୟର ଆରମ୍ଭ କରିଥିଲେ । ଉତ୍ତର ପ୍ରଦେଶର କାନପୁରରେ ଜନ୍ମିତ ୫୮ ବର୍ଷ ବୟସ୍କ ସୁୁନୀଲ ଚତୁର୍ବେଦୀ ରଣଜୀ ଟ୍ରଫି, ଦୁଲିପ ଟ୍ରଫି, ଇରାନୀ କପ୍‍, ଏବଂ ଭାରତ-ଏ, ଦକ୍ଷୀଣ ଆଫ୍ରିକା, ନ୍ୟୁଜିଲାଣ୍ଡ ଆଦି ଦଳର ପ୍ରଥମ ଶ୍ରେଣୀ ମ୍ୟାଚ ସମୟରେ ଫିଲ୍ଡ ମ୍ୟାଚ ଅଧିକାରୀ ଭାବେ ମଧ୍ୟ କାର୍ଯ୍ୟ ତୁଲାଇଛନ୍ତି । ଉତ୍ତର ପ୍ରଦେଶ ଦଳ ପକ୍ଷରୁ ୱିକେଟ ରକ୍ଷକ ଓ ବ୍ୟାଟସମ୍ୟାନ ଭାବେ ସେ ୧୩ ବର୍ଷ ଧରି ଖେଳିଛନ୍ତି । ୧୯୭୯-୮୦ କ୍ରୀଡା ସିଜିନରେ ସେ ୭୨ଟି ମ୍ୟାଚ ଖେଳି ୭ଟି ଶତକ ହାସଲ କରିବା ସହ ୩୮୬୪ ରନ୍‍ କରିଥିଲେ।

Image Source : The Hindu ସଚ୍ଚିନ ତେନ୍ଦୁଲକରଙ୍କ ସହ ସୁନୀଲ ଚତୁର୍ବେଦୀ

ସବୁ ଶ୍ରେଣୀର ୨୫୮ଟି ମ୍ୟାଚରେ ଅଫିସିଆଲ ଭାବେ କାର୍ଯ୍ୟ କରିବା ପରେ ଶ୍ରୀ ଚତୁର୍ବେଦୀ କହିଛନ୍ତି ‘ ସମସ୍ତ ପରିସ୍ଥିତିକୁ ସିଧାସଳଖ ମୁକାବିଲା କରିବାକୁ ପଡିଥାଏ ତେଣୁ ଏହା ଏକ ଆହ୍ୱାନମୂଳକ କାର୍ଯ୍ୟ । ସଫଳତାର ସହ ଖେଳ ପରିଚାଳନା, ଖେଳାଳି, ଟିମ୍‍ ମ୍ୟାନେଜମେଣ୍ଟ, ପଡିଆରେ ଥିବା ଅଫିସିଆଲ୍ସ ଏବଂ ଆୟୋଜକଙ୍କ ନିକଟରେ ଉତ୍ତରଦାୟୀ ହେବାକୁ ପଡିଥାଏ।’ ତେଣୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ।
ଶ୍ରୀ ଚତୁର୍ବେଦୀ ନିଜ କ୍ୟାରିୟରରେ ଜଣେ କ୍ରିକେଟର ଓ ମ୍ୟାଚ ଅଧିକାରୀ ଭାବେ ଆତ୍ମସନ୍ତୋଷ ଲାଭ କରିଛନ୍ତି । ସେ ୧୯୮୦ ଦଶକର ପ୍ରାରମ୍ଭରେ ସେ ମୁମ୍ବଇ ଯିବା ପାଇଁ ନିଷ୍ପତ୍ତି କରିଥିଲେ। ତେବେ ‘ସୁନୀଲ ଗାଭାସ୍କରଙ୍କ ସହିତ ମ୍ୟାଚ ଖେଳିବା ତାଙ୍କ ପାଇଁ ଗୌରବର ବିଷୟ ବୋଲି ସୁୁନୀଲ ଚତୁର୍ବେଦୀ କହିଛନ୍ତି।’ ତିନି ଦଶକ ଧରି ସେ ୟୁନିୟନ ବ୍ୟାଙ୍କ ସହିତ ଅଛନ୍ତି । ତାଙ୍କୁ ପ୍ରୋତ୍ସାହିତ କରିଥିବାରୁ ସେ ବିସିସିଆଇ, ୟୁପିସିଏ ଏବଂ ୟୁନିୟନ ବ୍ୟାଙ୍କଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Comments are closed.