ନାଡାର ବ୍ରାଣ୍ଡ ଆମ୍ବାସାଡର ହେଲେ ସୁନୀଲ ସେଟ୍ଟୀ

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ସୁନୀଲ ସେଟ୍ଟୀଙ୍କୁ ଏକ ଗୁରୁ ଦାୟିତ୍ୱ ପ୍ରଦାନ କରାଯାଇଛି। ମଙ୍ଗଳବାର ସୁନିଲଙ୍କୁ ଜାତୀୟ ଡୋପିଂ ନିରୋଧୀ ସଂସ୍ଥା(ନାଡା)ର ବ୍ରାଣ୍ଡ ଆମ୍ବାସାଡର ଭାବେ ଘୋଷଣା କରାଯାଇଛି। ସୁନୀଲଙ୍କ ଲୋକପ୍ରିୟତା ଦ୍ବାରା କ୍ରୀଡ଼ାରେ ଡୋପିଂରୁ ମୁକ୍ତି ମିଳି ପାରିବ ବୋଲି ସଂସ୍ଥାର ଆଶା ରହିଛି।

ସୂଚନାଯୋଗ୍ୟ, ଚଳିତ ବର୍ଷ ୧୫୦ରୁ ଅଧିକ କ୍ରୀଡ଼ାବିତ୍ ଡୋପ୍‌ ପରୀକ୍ଷାରେ ବିଫଳ ହୋଇଥିଲେ। ଏଥିରେ ଅଧିକାଂଶ କୁସ୍ତି କ୍ରୀଡ଼ାବିତ୍ ସାମିଲ ଥିଲେ। କ୍ରୀଡ଼ାବିତ୍‌ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ସୁନିଲଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ନାଡାର ମହାନିର୍ଦେଶକ ନବୀନ ଅଗ୍ରୱାଲ କହିଛନ୍ତି, ଆମ ଦେଶରେ ସିନେ ତାରକା ଓ ତାଙ୍କ କଥାକୁ ଲୋକେ ଅଧିକ ଗ୍ରହଣ କରିଥାଆନ୍ତି। ତେଣୁ ଆମର ଆଶା ସୁନୀଲ ଡୋପିଂ ବିରୁଦ୍ଧରେ ସନ୍ଦେଶ ଦେବାରେ ସଫଳ ହେବେ। ଡୋପ୍ ଟେଷ୍ଟରେ ସଫଳ ନ ହେବା ଉଭୟ ଦେଶ ଓ କ୍ରୀଡ଼ାବିତ୍‌ଙ୍କ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ।

Comments are closed.