ରାଜ୍ୟ କନିଷ୍ଠ ହକି ଚମ୍ପିଆନସିପ୍‌ : ସୁନ୍ଦରଗଡ଼ ଚମ୍ପିଆନ

ଭୁବନେଶ୍ବର  : ହକି ଆସୋସିଏସନ ଅଫ ଓଡ଼ିଶା, ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ଓ କିଟ୍‌ର ମିଳିତ ସହଯୋଗରେ କଳିଙ୍ଗ ଷ୍ଟାଡ଼ିୟମ ଓ କିଟ୍‌ରେ ଚାଲିଥିବା ରାଜ୍ୟ କନିଷ୍ଠ ପୁରୁଷ ହକି ଚମ୍ପିଆନସିପ୍‌ ଉଦ୍‌ଯାପିତ ହୋଇଯାଇଛି। ଏଥିରେ ସୁନ୍ଦରଗଡ ଚମ୍ପିଆନ ଓ ଦେବଗଡ ରନର୍ସଅପ ହୋଇଛନ୍ତି। ଶୁକ୍ରବାର କିଟ୍‌ରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ସୁନ୍ଦରଗଡ ୧-୦ ଗୋଲରେ ଦେବଗଡକୁ ପରାସ୍ତ କରିଛି। ସେହିପରି କିଟ୍‌ ଓ କିସ୍‌ ୪-୦ ଗୋଲରେ ସମ୍ବଲପୁରକୁ ପରାସ୍ତ କରି କାଂସ୍ୟ ପଦକ ବିଜୟୀ ହୋଇଛି। ପ୍ରତିଯୋଗିତାରେ ସୁନ୍ଦରଗଡର ମିଲନ ଭୂୟଁା ଶ୍ରେଷ୍ଠ ଗୋଲରକ୍ଷକ, ସାଲିମ କୁଲା ଶ୍ରେଷ୍ଠ ଡିଣ୍ଡେର, ଅସିତ ଲାକ୍ରା ଶ୍ରେଷ୍ଠ ମିଡଫିଲଡର, ଅମ୍ରିତ ଡୁଙ୍ଗଡୁଙ୍ଗ ଶ୍ରେଷ୍ଠ ଫରୱାର୍ଡ ବିବେଚିତ ହୋଇଥିଲେ। ଅତିଥି ଭାବେ ଅଲିମ୍ପିଆନ ଲାଜୁରସ ବାର୍ଲା, ଲିଲିମା ମିଞ୍ଜ, ସୁନିତା ଲାକ୍ରା, ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ଓଏସ୍‌ଡି ସିଦ୍ଧାର୍ଥ ଶଙ୍କର ସାହୁ, ଯୁଗ୍ମ ସଚିବ ଶୈଳେନ୍ଦ୍ର କୁମାର ଜେନା, କିଟ୍‌ ଓ କିସ୍‌ କ୍ରୀଡ଼ା ନିର୍ଦେଶକ ଡ ଗଗନେନ୍ଦୁ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ଚମ୍ପିଅାନ ସୁନ୍ଦରଗଡ, ରନର୍ସଅପ ଦେବଗଡ ଓ ୩ୟ ସ୍ଥାନ ହାସଲକରିଥିବା କିଟ୍‌ ଓ କିସ୍‌କୁ ହକି ଆସୋସିଏସନ ଅଫ ଓଡ଼ିଶା ସଭାପତି ତଥା ଓଡ଼ିଶା ହକି ଉନ୍ନୟନ ପରିଷଦ ଅଧ୍ୟକ୍ଷ ଅଲିମ୍ପିଆଦ ଦିଲୀପ ତିର୍କୀ ଶୁଭେଚ୍ଛା ଜଣାଇଛନ୍ତି।

Comments are closed.