ରବିବାର ରାଶିଫଳ (୨୬। ୭।୨୦୨୦)

ମେଷ: ଅଭୟ ବର ମିଳିପାରେ। ମାନ୍ୟତା ପ୍ରାପ୍ତ ହେବେ। ପାରିବାରିକ ସୁଖ-ଶାନ୍ତି ମିଳିବ। ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରି ପାଇବେ। ନୀତିନିଷ୍ଠ ହେବେ। ଚତୁର ଓ ଧନଯୁକ୍ତ ହୋଇପାରନ୍ତି। ଭେଦନୀତିର କାରଣ ହେବେ।

ବୃଷ: ଧର୍ମ କ୍ରିୟାରତ ହୋଇପାରନ୍ତି। ମନୋଜ୍ଞ ହୋଇପାରନ୍ତି। ଭୋଗୀ ଓ ବିଳାସୀ ହେବେ। ପ୍ରିୟଭାଷୀ ହେବେ। ଧନ ଓ ଯାନବାହନଯୁକ୍ତ ହୋଇପାରନ୍ତି। ସୁବର୍ଣ୍ଣ ସମ୍ପଦର ଅଧିକାରୀ ହେବେ। କର୍ମଚଞ୍ଚଳ ରହିବେ। ଉଦ୍ୟୋଗୀ ହେବେ।

ମିଥୁନ: ବୁଝି-ବିଚାରି କାର୍ଯ୍ୟ କରିବାକୁ ପଡ଼ିବ। ଶାନ୍ତ, ନିପୁଣ, ମେଧାବୀ ଓ ଜିତେନ୍ଦ୍ରିୟ ହେବେ। ବିଦ୍ୱାନ୍‍ ବ୍ୟକ୍ତିଭାବେ ଲୋକାଦୃତ ହେବେ। ଦୟାଳୁ ସ୍ୱଭାବର ହେବେ। ଶାସ୍ତ୍ରାଭ୍ୟାସୀ ଓ ବିନୀତ ସ୍ୱଭାବର ହେବେ। ସ୍ତ୍ରୀଧନ ହେତୁ ସୁଖୀ ହେବେ।

କର୍କଟ: କାର୍ଯ୍ୟରେ ସଫଳତା ଲାଭ କରିବେ। ମନ ପ୍ରସନ୍ନ ରହିବ। ଶୁଭକାର୍ଯ୍ୟ ପାଇଁ ସୁଯୋଗ ସୃଷ୍ଟି ହୋଇଛି। ସର୍ବ ସୁଖ ମିଳିପାରେ। ସକଳ ଗୁଣଯୁକ୍ତ, ସୁଖୀ ଓ କାବ୍ୟଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ପତ୍ନୀଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ୍‍ ହେବାକୁ ପଡ଼ିବ।

ସିଂହ: ସମାଜ ସେବାରେ ବ୍ରତୀ ହୋଇ ଆଶୀର୍ବାଦ ପ୍ରାପ୍ତ ହେବେ। ଯଶସ୍ୱୀ ହେବେ। ଚିନ୍ତାଧାରା ମାର୍ଜିତ ହେବ। ଦେବ ଦର୍ଶନ ସୌଭାଗ୍ୟ ଅଛି। କର୍ମଚଞ୍ଚଳ ରହିବେ। ହୃଷ୍ଟଚିତ୍ତ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି। ସୁଖୀ ହେବେ।

କନ୍ୟା: ଯାତ୍ରା ମାର୍ଗ ଉନ୍ମୁକ୍ତ ରହିଛି। ସୁଖ-ସମ୍ମାନ ଲାଭ କରିବେ। କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ। ମନ ପ୍ରସନ୍ନ ରହିବ। ସତ୍‍ସଙ୍ଗୀ ହେବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଗୁଣଜ୍ଞ ହୋଇପାରନ୍ତି। ଧନବାନ୍‍ ଓ ସୁଖୀ ହେବେ।

ତୁଳା: ଚିନ୍ତାଧାରା ବିକ୍ଷିପ୍ତ ହୋଇପାରେ। କରୁଣ ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି। ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି। ଯାନବାହନ ସୁଖ ମିଳିପାରେ। ଧନଯୁକ୍ତ ଓ ବୁଦ୍ଧିମାନ୍‌ ହେବେ। ଶ୍ରେଷ୍ଠ ମାନ୍ୟତା ମିଳିପାରେ।

ବିଛା: ଯୋଗ-ସୂତ୍ର ରକ୍ଷାକରି ମହତ୍‍ କାର୍ଯ୍ୟ କରିବାରେ ସିଦ୍ଧହସ୍ତ ହେବେ। ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ଉପୁଜି ଥିବା ସମସ୍ୟା ଦୂର ହୋଇପାରେ। ଧନଲାଭ ହେବ।

ଧନୁ: ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ହାତ ଦେବେ। ମୂଲ୍ୟବାନ୍‍ ଦ୍ରବ୍ୟ ଲାଭ ହୋଇପାରେ। ବୈଶିଷ୍ଟ୍ୟ ଲାଭ କରିବେ। କର୍ମକ୍ଷେତ୍ର ଅଧିକ ଉତ୍ସାହଜନକ ହେବ। ଚିନ୍ତାଧାରା ଉନ୍ନତମାନର ହେବ। ସରକାରୀ ମାନ୍ୟତା ପ୍ରାପ୍ତ ହେବେ।

ମକର: ସୁଖ-ସନ୍ତୋଷ ଲାଭ କରିପାରନ୍ତି। ଅସୁସ୍ଥତାରୁ ଆରୋଗ୍ୟ ଲାଭ କରିବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବନ୍ଧୁ ଦର୍ଶନ ସୁଖଦାୟକ ହେବ।

କୁମ୍ଭ: କାର୍ଯ୍ୟକ୍ଷେତ୍ରରେ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଧନ ଓ ଜ୍ଞାନଲାଭ କରିପାରନ୍ତି। ଶତ୍ରୁନାଶ କରିବାରେ ସକ୍ଷମ ହେବେ।

ମୀନ: ବନ୍ଧୁ ମିଳନ ଦ୍ୱାରା ଉପକୃତ ହୋଇପାରନ୍ତି। କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ। ଗୁରୁକୃପା ଲାଭ କରିପାରନ୍ତି। ବିବାହ ସ୍ଥିର ହେବ। ସ୍ୱର୍ଣ୍ଣାଦି ଲାଭ ହୋଇପାରେ। ଦୟାଶୀଳ ହେବେ।

Comments are closed.