ରବିବାର ରାଶିଫଳ (୧୧.୦୪.୨୦୨୧)

ମେଷ: ଅଶ୍ୱିନୀ ନକ୍ଷତ୍ର ଜାତବ୍ୟକ୍ତିଙ୍କୁ ସରକାରୀ ଧନ ମିଳିବାର ସୁଯୋଗ ଅଛି। ବସ୍ତ୍ର, ରତ୍ନ ପ୍ରାପ୍ତ ହେବେ। ଯାନବାହନ ସୁଖ ମିଳିବ। ଦ୍ୱିଜା ଓ କୃର୍ତ୍ତିକା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର କାର୍ୟ୍ୟରେ ବିଘ୍ନ ଉପୁଜିପାରେ। ବହୁ ବ୍ୟୟର ସମ୍ମୁଖୀନ ହେବେ।
ବୃଷ: ରୋହିଣୀ ନକ୍ଷତ୍ର ଜାତ ବ୍ୟକ୍ତି ସୁବକ୍ତା ହେବେ। ଦାନ ଧ୍ୟାନରେ ପୁଣ୍ୟ ଅର୍ଜନ କରିପାରନ୍ତି। ସତ୍ୟାନୁରାଗୀ ହେବେ। ଦାମ୍ପତ୍ୟ ସୁଖ ମିଳିବ। ବହୁ ଉତ୍ତମ ବନ୍ଧୁଙ୍କ ସାନିଧ୍ୟ ମିଳିବ। କାର୍ତ୍ତିକ ଓ ମୃଗଶିରା ନକ୍ଷତ୍ରଙ୍କର ସତ୍‍କର୍ମର ବିରୋଧୀ ହେବେ।
ମିଥୁନ: ଆର୍ଦ୍ରା ନକ୍ଷତ୍ର ଜାତବ୍ୟକ୍ତି ନୃତ୍ୟ ସଙ୍ଗୀତ ପ୍ରିୟ ହେବେ। ସତ୍‍କର୍ମରେ ନିଜକୁ ନିୟୋଜିତ କରିବେ। ଧର୍ମମାର୍ଗରେ ମନୋନିବେଶ କରିପାରନ୍ତି। ମୃଗଶିରା ଓ ପୁନର୍ବସୁ ନକ୍ଷତ୍ର ଜାତ ବ୍ୟକ୍ତିର ଚକ୍ଷୁପୀଡ଼ା ଉପୁଜି ପାରେ।
କର୍କଟ: ପୁଷ୍ୟା ନକ୍ଷତ୍ର ଜାତବ୍ୟକ୍ତି ସୁବର୍ଣ୍ଣାଦି ମୂଲ୍ୟବାନ ଧାତୁ ଦ୍ରବ୍ୟ ପ୍ରାପ୍ତ ହେବେ। ଯାନବାହନ ସୁଖ ମିଳିବ। ଉତ୍ତମ ଗୃହରେ ବସତି ସ୍ଥାପନ କରିପାରନ୍ତି। ସୁଖ ଓ ଐଶ୍ୱର୍ୟ୍ୟ ପ୍ରାପ୍ତ ହେବେ। ପୁନର୍ବସୁ ଓ ଅଶ୍ଳେଷା ନକ୍ଷତ୍ରଙ୍କ ପତ୍ନୀ ସୁସ୍ଥ ରହିପାରନ୍ତି।
ସିଂହ: ମଘା ଓ ପୂର୍ବା ଫାଲ୍‍ଗୁନୀ ନକ୍ଷତ୍ର ଜାତ ବ୍ୟକ୍ତି ଶାସ୍ତ୍ରାଭ୍ୟାସୀ ହେବେ। ବିନୀତ ସ୍ୱଭାବର ହୋଇପାରନ୍ତି। ସ୍ତ୍ରୀଧନ ହେତୁ ସୁଖୀ ହୋଇପାରନ୍ତି। ଉତ୍ତମ ପରାମର୍ଶଦାତା ହେବେ ଓ କାବ୍ୟକର୍ତ୍ତା ହୋଇପାରନ୍ତି। ଉତ୍ତରା ଫାଲ୍‍ଗୁନୀର ସାମାନ୍ୟ ଶୁଭଫଳ।
କନ୍ୟା: ହସ୍ତା ନକ୍ଷତ୍ର ଜାତ ବ୍ୟକ୍ତି ଶତ୍ରୁ ବିନାଶ କରି ଆଶ୍ୱସ୍ତ ହେବେ। ଧନଭୋଗ କରି ପାରନ୍ତି। ଐଶ୍ୱର୍ୟ୍ୟ ପ୍ରାପ୍ତିର ସୂଚନା ମିଳୁଛି। ତେଜୀୟାନ୍‍ ହେବେ। ଉତ୍ତରା ଫାଲ୍‍ଗୁନୀର ଓ ଚିତ୍ରା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ବାହୁରେ ପୀଡ଼ା ଉପୁଜିପାରେ। ମନରେ ଉଦ୍‍ବେଗ ଜାତ ହେବ।
ତୁଳା: ସ୍ୱାତୀ ନକ୍ଷତ୍ର ଜାତ ବ୍ୟକ୍ତି ଉତ୍ତମ ମିିିତ୍ର ବା ପୁତ୍ର ଲାଭ କରିପାରନ୍ତି। ମନ୍ତ୍ର ଶାସ୍ତ୍ରାଦି ତାଙ୍କର ଆୟତ୍ତାଧୀନ ହେବ। ଧନ ସହିତ ଯାନବାହନ ସୁଖ ମିଳିବ। ବାକ୍ୟ ପଟୁ ହେବେ। ଉତ୍ତମ ବଂଶରୁ କନ୍ୟା ଆଣି ପାରନ୍ତି। ଚିତ୍ରା ଓ ବିଶାଖା ନକ୍ଷତ୍ରର ସାମାନ୍ୟ ଶୁଭଫଳ।
ବିଛା: ଅନୁରାଧା ନକ୍ଷତ୍ର ଜାତ ବ୍ୟକ୍ତିଙ୍କୁ ରାଜପୂଜା ମିଳିବ। ଧନୁ:ଯାନବାହନ ସୁଖ ପ୍ରାପ୍ତ ହେବେ। ଗ୍ରାମାଧୀଶ ହୋଇପାରନ୍ତି। ପରାକ୍ରମଶାଳୀ ହେବେ। ବହୁପୋଷକ ହୋଇପାରନ୍ତି। ବିଶାଖା ଓ ଜ୍ୟେଷ୍ଠା ନକ୍ଷତ୍ର ଜାତବ୍ୟକ୍ତି ସାମାନ୍ୟ ଶୁଭଫଳ ପ୍ରାପ୍ତି ହେବେ।
ଧନୁ: ଦାନ ଧ୍ୟାନରେ ନିମଗ୍ନ ହେବେ। ଭୋଗ ବିଳାସ କରିପାରନ୍ତି। ଅପାର ଗୁଣର ଆଧାର ହୋଇପାରନ୍ତି। ଧନ ସମ୍ପଦଯୁକ୍ତ ହେବେ। ସ୍ୱାଭିମାନୀ ହୋଇପାରନ୍ତି। ଉପରୋକ୍ତ ଶୁଭଫଳ, ମୂଳା ଓ ପୂର୍ବାଷାଢ଼ା ନକ୍ଷତ୍ରର। ଉତ୍ତରାଷାଢ଼ାର ସାମାନ୍ୟ ଶୁଭ।
ମକର: ଶ୍ରବଣା ନକ୍ଷତ୍ର ଜାତ ବ୍ୟକ୍ତି ହର୍ଷଯୁକ୍ତ ଓ ବିଶୁଦ୍ଧଭାଷୀ ହେବେ। ଧନଶାଳୀ ହୋଇପାରନ୍ତି। ଭାଗ୍ୟବାନ୍‍ ହେବେ। ଶାସ୍ତ୍ରାନୁରକ୍ତ ହେବେ। ନିର୍ଭୟରେ କାର୍ୟ୍ୟ କରିବେ। ସାଧୁସେବାରେ ମଗ୍ନ ହେବେ। ଉତ୍ତରାଷାଢ଼ା ଓ ଧନିଷ୍ଠା ନକ୍ଷତ୍ରର ସାମାନ୍ୟ ଶୁଭଫଳ।
କୁମ୍ଭ: ଶତଭିଷା ନକ୍ଷତ୍ର ଜାତବ୍ୟକ୍ତି ବେଦ ପ୍ରଥାବଲମ୍ବୀ ହେବେ। ବୀରକର୍ମ ହୋଇପାରନ୍ତି। ଧର୍ମ ପରାୟଣ ହେବେ। ଶାସ୍ତ୍ରପଟୁ ହେବେ। ପୁଣ୍ୟଦେହୀ ଓ ସୁବର୍ଣ୍ଣାଦିଯୁକ୍ତ ହୋଇପାରନ୍ତି। ଧନିଷ୍ଠା ଓ ପୂର୍ବଭାଦ୍ର ନକ୍ଷତ୍ରର ସାମାନ୍ୟ ଶୁଭଫଳ।
ମୀନ: ଉତ୍ତରା ଭାଦ୍ର ପଦ ନକ୍ଷତ୍ର ଜାତବ୍ୟକ୍ତି ପରଧନରେ ଧନୀ ହୋଇପାରନ୍ତି। ଯୁବତୀଙ୍କର ମନୋରଞ୍ଜନକାରୀ ହେବେ। ରଜତ ଧନଦ୍ୱାରା ଧନଶାଳୀ ହେବେ। ରସିକ ହେବା ଆଶା କରାଯାଏ। ପୂର୍ବଭାଦ୍ର ଓ ରେବତୀ ନକ୍ଷତ୍ରର ମଧ୍ୟ ଧନଲାଭ ହେବ।

Comments are closed.