ରବିବାର ରାଶିଫଳ (୨୧ ମାର୍ଚ୍ଚ ୨୦୨୧)

ମେଷ: ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ଭଗବତପ୍ରେମୀ ହେବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଦେବ ପୂଜାର ସୁଯୋଗ ସୃଷ୍ଟି ହୋଇଛି। ସରକାରୀ ସ୍ତରରୁ ଲାଭ ଉଠାଇପାରନ୍ତି।
ବୃଷ: କର୍ମକ୍ଷେତ୍ରରେ ଶୀର୍ଷ ସ୍ଥାନ ଅଧିକାର କରିପାରନ୍ତି। ସନ୍‍ମାର୍ଗୀ ହେବେ। ପାରିବାର ପଣିଆ ଜାହିର କରିପାରନ୍ତି। ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ବୁଦ୍ଧି, ବିଦ୍ୟାରେ ପାରଙ୍ଗମ ହେବେ। ଶ୍ରେଷ୍ଠ କର୍ମରେ ନିୟୋଜିତ ହୋଇପାରନ୍ତି। ସରକାରୀ ମାନ୍ୟତା ମିଳିବ।
ମିଥୁନ: ରୋଜଗାର ଆଶାନୁରୂପ ହେବ। ବନ୍ଧୁ ବା ସରକାରୀ ସୂତ୍ରରୁ ଲାଭବାନ୍‍ ହେବେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ନୂଆ ବନ୍ଧୁ ଜୁଟିବେ। ଚିନ୍ତାଧାରା ମହତ ହେବ।
କର୍କଟ: ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ବିବାଦୀୟ ବିତର୍କରେ ଭାଗ ନ ନେଇ ଚୁପ୍‍ ରହିବା ଭଲ ହେବ। ଦୁଃଶ୍ଚିନ୍ତା ମଧ୍ୟଦେଇ ଗତି କରିବେ। ଆର୍ଥିକ ସ୍ଥିତି ଦୋହଲି ଯାଇପାରେ। ମଧୁର ଭାଷା ବ୍ୟବହାର କରି ପରକୁ ଆପଣାର କରିବାରେ ସକ୍ଷମ ହେବେ।
ସିଂହ: ଶୁଭ ଖବର ଶୁଣି ଉତ୍‍ଫୁଲ୍ଲିତ ହୋଇପାରନ୍ତି। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ। ସତ୍‍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଶୁଭାଶୁଭ ମିଶ୍ରିତ ଫଳ ମିଳିପାରେ। ବିଭିନ୍ନ ସଂସ୍ଥାରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।
କନ୍ୟା: ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ପ୍ରଭୂତ ଉନ୍ନତି ଘଟିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରି ବଂଶର ଟେକ ରଖିବେ।
ତୁଳା: ଦାୟିତ୍ୱ ବହନ କରୁଥିବା କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହୋଇପାରନ୍ତି। ଅଧିକ କ୍ଷମତା ହାସଲ କରି ତା’ର ସଦ୍‍ବ୍ୟବହାର କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ଭକ୍ତିଗାଥା ପ୍ରବଚନରେ ଯୋଗ ଦେବେ।
ବିଛା: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଆର୍ଥିକ ସ୍ଥିତି ଦୋହଲି ଯାଇପାରେ। ଅଧିକ ମିତ୍ରତା ସ୍ଥାପନ କରିପାରନ୍ତି। ଯାଚି କରି କେହି ଅର୍ଥ ଦାନ କରି ଆପଣଙ୍କୁ ସନ୍ତୁଷ୍ଟ କରିବେ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ।
ଧନୁ: ସୁଖକର ଘଟଣାମାନ ଘଟିପାରେ କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ପ୍ରୀତିଭୋଜନରେ ଆପ୍ୟାୟିତ ହେବେ। ଆନନ୍ଦ ଉପଭୋଗ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ମକର: ପ୍ରତିଶୋଧ ପରାୟଣ ହୋଇପାରନ୍ତି। ଶତ୍ରୁଙ୍କୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ସୁ ସମ୍ବାଦ ମିଳିପାରେ। ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ ପାଇଁ ମାର୍ଗ ଉନ୍ମୁକ୍ତ ଅଛି। ଋଣ ପରିଶୋଧ କରିବେ।
କୁମ୍ଭ: ଅଧ୍ୟୟନରତ ହେବେ। ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶୁଭ ଖବର ଶୁଣି ଖୁସି ହୋଇପାରନ୍ତି। ଧାର୍ଯ୍ୟ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ଉଦ୍ୟମ ଜାରି ରଖିବେ। ପାରିବାରିକ ଜୀବନ ସୁଖପ୍ରଦ ହେବ। ଅଧିକ ଦାୟିତ୍ୱ ବହନ କରିପାରନ୍ତି।
ମୀନ: ପରିଶ୍ରମର ମୂଲ୍ୟ ମିଳିବ। କେତେକ କ୍ଷେତ୍ରରେ ପ୍ରଥମେ ଭୁଲବୁଝାମଣାର ବଶବର୍ତ୍ତୀ ହୋଇପାରନ୍ତି। ପ୍ରଭୂତ ବିତ୍ତର ଅଧିକାରୀ ହୋଇପାରନ୍ତି। ସାମର୍ଥ୍ୟର ପରିପ୍ରକାଶ ଘଟିବ। ଯାନବାହନ ସୁଖ ମିଳିପାରେ। ନିର୍ଭୀକ ହେବେ।

Comments are closed.