ରବିବାର ରାଶିଫଳ – ୦୭ ମାର୍ଚ୍ଚ ୨୦୨୧

ମେଷ: ଭାଗ୍ୟଶାଳୀ ହୋଇପାରନ୍ତି। ଭୋଗ ବିଳାସରେ ଦିନଟି ଅତିବାହିତ ହେବ। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିପାରନ୍ତି। ବିଦ୍ୱାନ୍‍, ସାହସୀ ଓ ସମ୍ପତ୍ତିବାନ୍‍ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ବୃଷ: ଆମୋଦ ପ୍ରମୋଦରେ ମଜ୍ଜି ରହିଥିବା ବେଳେ, କାର୍ୟ୍ୟରେ କିଛିଟା ବିଘ୍ନ ଉପୁଜି ପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ନିଅଣ୍ଟିଆ ପରିସ୍ଥିତି ସୃଷ୍ଟି ହୋଇପାରେ। ଶୁଭକାର୍ୟ୍ୟରୁ ବିରତ ରହିବେ। ସତର୍କତାର ଦିନ।
ମିଥୁନ: ଦୁଃସାହସିକ ପଦକ୍ଷେପ ନେଇ କାର୍ୟ୍ୟ ସଂପାଦନ କରିବେ। ବ୍ୟବସାୟ ଲାଭଜନକ ହେବ। ସମାଜସେବାରେ ମନୋନିବେଶ କରିପାରନ୍ତି। ଶାନ୍ତ ଓ ଧୈର୍ୟ୍ୟବାନ୍‍ ହେବେ। ପତ୍ନୀଙ୍କ ପରାମର୍ଶରେ କାର୍ୟ୍ୟ କଲେ ସଫଳତା ମିଳିବ।
କର୍କଟ: ଯେକୌଣସି କାର୍ୟ୍ୟ କରିବା ପୂର୍ବରୁ ବିଜ୍ଞ ବ୍ୟକ୍ତିଙ୍କ ସହିତ ବିଚାର ବିମର୍ଶ କରିବାକୁ ପଡ଼ିବ। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି। ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରିକ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ।
ସିଂହ: କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ଦ୍ବାରା ଉପକୃତ ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଲଟେରି ଉଠାଣ ଫଳ ଆପଣଙ୍କ ସପକ୍ଷରେ ଯାଇପାରେ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ବ୍ୟବସାୟରେ ପ୍ରଚୁର ଧନଲାଭ ହେବ।
କନ୍ୟା: ଉଦାର ସ୍ୱଭାବର ହେବେ। ଦାନଶୀଳ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। କୃଷିକ୍ଷେତରୁ ଲାଭବାନ୍‍ ହେବେ। ପ୍ରେମୀ ଓ ବୁଦ୍ଧିମାନ୍‍ ହୋଇପାରନ୍ତି। ଯାନବାହନ ସୁଖ ମିଳିପାରେ।
ତୁଳା: କ’ଣ କରିବେ, ନ କରିବେ ଦ୍ୱିଧାଗ୍ରସ୍ତ ହୋଇପାରନ୍ତି; ତଥାପି ମନ ପ୍ରସନ୍ନ ରହିବ। ଈଶ୍ୱରଙ୍କ ଉପରେ ନିର୍ଭରଶୀଳ ହୋଇପାରନ୍ତି। ମଧୁର ବାକ୍ୟରେ ବିରୋଧୀଙ୍କୁ ବଶ କରିବାରେ ସକ୍ଷମ ହେବେ। ପ୍ରତିଯୋଗିତାରେ ବିଜୟୀ ହେବେ।
ବିଛା: ଭାଗ୍ୟଶାଳୀ ହେବେ। ବ୍ୟକ୍ତିତ୍ୱର ବିକାଶ ଘଟିବ। ମଧୁରଭାଷୀ, ସହନଶୀଳ ଓ ଶାନ୍ତିପ୍ରିୟ ହେବେ। ବିଦ୍ୟାପ୍ରେମୀ ହୋଇପାରନ୍ତି। ମିତ୍ର ସୁଖ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିବିଧ ଧନଯୁକ୍ତ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ।
ଧନୁ: ଉପାର୍ଜନକାରୀ ହୋଇପାରନ୍ତି। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଐଶ୍ୱର୍ୟ୍ୟଯୁକ୍ତ ହୋଇପାରନ୍ତି। ଯୁଦ୍ଧ ଯାତ୍ରା ଶୁଭପ୍ରଦ ହେବ। ମାଲିମୋକଦ୍ଦମାରେ ବିଜୟୀ ହେବେ। ସରକାରୀ ଅର୍ଥ ମିଳିପାରେ।
ମକର: ମୂଲ୍ୟବାନ୍‍ ଦ୍ରବ୍ୟଲାଭର ସୂଚନା ମିଳୁଛି। କର୍ମଚଞ୍ଚଳ ରହିଲେ ବି କାର୍ୟ୍ୟରେ ବିଘ୍ନ ଉପୁଜିବାର ସୂଚନା ମିଳୁଛି। ଧର୍ମ କାର୍ୟ୍ୟରେ ଅଧିକ ଧନବ୍ୟୟ କରିବେ। ମଧୁରଭାଷୀ ହେବେ। ସାହସୀ ଓ ଜ୍ଞାନୀ ହେବା ଆଶାକରାଯାଏ। ଶତ୍ରୁ ବଳବାନ୍‍ ହୋଇଛି।
କୁମ୍ଭ: ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ତନ୍ତ୍ର ମନ୍ତ୍ର ଓ ଜ୍ୟୋତିଷ ବିଦ୍ୟା ପ୍ରତି ରୁଚି ରହିବ। ଗୃହ ସୁଖ ଓ ଯାନ ବାହାନଯୁକ୍ତ ହେବେ।
ମୀନ: କୁଳ ଉଜ୍ଜ୍ୱଳକାରୀ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହୋଇପାରନ୍ତି। ନିଜ ପରିବାର ପ୍ରତି ସ୍ନେହ ସଦିଚ୍ଛାଭାବ ରହିବ।

Comments are closed.