ରବିବାର ରାଶିଫଳ ( ୦୩-୦୧-୨୦୨୧ )

ମେଷ: ହଠାତ୍‌ କିଛି ଅର୍ଥ ମିଳିପାରେ। କର୍ମଚଞ୍ଚଳ ରହିପାରନ୍ତି। କନ୍ୟା ସନ୍ତାନ ଦ୍ବାରା ଉପକୃତ ହେବେ। ତନ୍ତ୍ର ମନ୍ତ୍ରାଦି ଗୁପ୍ତବିଦ୍ୟା ପ୍ରତି ଆଗ୍ରହ ପ୍ରକାଶ କରିପାରନ୍ତି। ଧାର୍ମିକ, ତେଜସ୍ବୀ ଓ ଉତ୍ତମ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ।

ବୃଷ: ପ୍ରତ୍ୟେକ କ୍ଷେତ୍ରରେ ଉଦାସୀନ ମନୋଭାବ ଗ୍ରହଣ କରିପାରନ୍ତି। ଦାନ ପୁଣ୍ୟରେ ନିଜକୁ ହଜାଇ ଦେଇପାରନ୍ତି। ଆଦର୍ଶ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ଶରୀର ସୁସ୍ଥ ରହିବ। ମନ ଫୂର୍ତ୍ତି ରହିବ। ବୁଦ୍ଧିମାନ୍‌ ହୋଇପାରନ୍ତି।

ମିଥୁନ: ପ୍ରଫୁଲ୍ଲିତ ହେବେ। ଧର୍ମ ପରାୟଣ ହୋଇପାରନ୍ତି। ସୁଭାଷୀ ହେବେ। ସମଭାବାପନ୍ନ ହୋଇପାରନ୍ତି। କର୍ମକ୍ଷେତ୍ରରେ ସାହସ ପ୍ରଦର୍ଶନ କରିବେ। ଭ୍ରାତୃସ୍ନେହୀ ହୋଇପାରନ୍ତି। ଧାର୍ମିକ ଓ ବନ୍ଧୁ ପ୍ରେମୀ ହେବେ। ବିଦ୍ବାନ୍‌ ହେବେ।

କର୍କଟ: ଭାଗ୍ୟ ଆପଣଙ୍କ ପାଇଁ ବରଦାୟକ ହେବ। ଉତ୍ତମ ବ୍ୟକ୍ତିତ୍ବଯୁକ୍ତ ହୋଇପାରନ୍ତି। ବିଦେଶବାସୀ ହେବାର ସୂଚନା ମିଳୁଛି। ଯେକୌଣସି ସୂତ୍ରରୁ ଧନାଗମ ହୋଇପାରେ। ବାଣିଜ୍ୟ କାରବାର ଭଲରେ ଚାଲିବ।

ସିଂହ: ଅର୍ଥାଗମର ସୂଚନା ମିଳୁଛି। ମୂଲ୍ୟବାନ୍‌ ଦ୍ରବ୍ୟ ଲାଭ ହୋଇପାରେ। ଖାଦ୍ୟପେୟ ତୃପ୍ତିଦାୟକ ହେବ। ନିରଳସ ହୋଇପାରନ୍ତି। ଗୃହଲକ୍ଷ୍ମୀଙ୍କ ପରାମର୍ଶ ଆପଣଙ୍କୁ ଅଗ୍ରଗାମୀ କରାଇପାରେ। ଚିନ୍ତାଶୀଳ ହୋଇପାରନ୍ତି।

କନ୍ୟା: ଖର୍ଚ୍ଚ ଉପରେ ଖର୍ଚ୍ଚ ବଢ଼ି ଚାଲିବ; ମାତ୍ର ହତୋତ୍ସାହ ହେବାର ପ୍ରଶ୍ନ ଉଠୁ ନାହିଁ। ବିଘ୍ନକାରୀମାନଙ୍କୁ କଥାଶୈଳୀରେ ବଶ କରିପାରନ୍ତି। ଧର୍ମ ଧାରଣାର ପୂଜାରୀ ହୋଇପାରନ୍ତି। ଜ୍ଞାନ ଗରିମା ବଳରେ ସାମାଜିକ ଆଦର ପାଇବେ।

ତୁଳା: ଆୟୁଷ୍ମାନ ହେବା ଆଶାକରାଯାଏ। ପ୍ରଥିତଯଶା ହୋଇପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ଜନସାଧାରଣଙ୍କ ଆଶା ଭରସାର ପାତ୍ର ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ଅଲୌକିକ ବିଦ୍ୟା ପ୍ରତି ଆଗ୍ରହୀ ହେବେ।

ବିଛା: ପରିବାରର ଆଲୋକବର୍ତ୍ତିକା ହେବେ। ପ୍ରସନ୍ନ ଚିତ୍ତଯୁକ୍ତ ହେବେ। ଆୟୁଷ୍ମାନ ହେବେ। ଦରିଦ୍ରଙ୍କ ଆଶା ଭରସାର ପାତ୍ର ହେବେ। ବ୍ୟବସାୟ ଭଲରେ ଚାଲିବ। ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି। ପରିବାରର ମୁଖ୍ୟ ହେବେ।

ଧନୁ: ଭାଗ୍ୟ ଆପଣଙ୍କୁ ଉଚ୍ଚାସନ୍ନ ଦେଇପାରେ। ସାମୟିକ ଭାବେ ଭୋଗୀ ଓ ବିଳାସୀ ହୋଇପାରନ୍ତି। ସମୃଦ୍ଧିର ମୂଳଦୁଆ ପଡ଼ିବ। ସୁଖ ସାଗରରେ ଭାସି ଯାଇପାରନ୍ତି। ପତ୍ନୀ ପ୍ରେରଣାଦାୟିକା ହୋଇପାରନ୍ତି। ଉଦ୍ୟୋଗୀ ହୋଇପାରନ୍ତି।

ମକର: ଅସୁସ୍ଥତା ଥାଇ ମଧ୍ୟ କର୍ମକ୍ଷେତ୍ରରେ ଆଗକୁ ମାଡ଼ି ଚାଲିବେ। କର୍ମକ୍ଷେତ୍ରରେ ଶାରୀରିକ ଦୁର୍ବଳ ଆପଣଙ୍କୁ କିଛି ସାନ୍ତ୍ବନା ଦେଇପାରେ। ଶତ୍ରୁମାନେ ଆପଣ ଛାଏଁ ବିବାଦରୁ ଓହରି ଯିବେ। ଅଷ୍ଟମଚନ୍ଦ୍ର ଭୋଗ ଯୋଗୁଁ ସତର୍କରେ ଚଳିବେ।

କୁମ୍ଭ: ବ୍ୟବସାୟ ପାଇଁ ଲକ୍ଷ୍ମୀ ବରଦାୟିକା ଅଛନ୍ତି। ସେବା ପାଇଁ ଉତ୍ସର୍ଗୀକୃତ ମନୋଭାବର ହୋଇପାରନ୍ତି। ଧୈର୍ଯ୍ୟ ରଖି କାର୍ଯ୍ୟ କଲେ ଫଳ ଆଶାବତି ହୋଇପାରେ। କାର୍ଯ୍ୟରେ ପତ୍ନୀଙ୍କ ସାହାଯ୍ୟ ନେବେ।

ମୀନ: ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଭାଇମାନଙ୍କର ଆଦରଣୀୟ ହୋଇପାରନ୍ତି। କର୍ମକ୍ଷେତ୍ରକୁ ଉଳମୟ କରି ଗଢ଼ି ତୋଳିବେ। ମାନସିକ ରୋଗରେ ପୀଡ଼ିତ ହୋଇପାରନ୍ତି।

Comments are closed.