ରବିବାର ରାଶିଫଳ(୨୭/୧୨/୨୦୨୦)

ମେଷ: କାର୍ଯ୍ୟ ବ୍ୟୟ ବହୁଳ ହେବ। ସାମୟିକ ଭାବେ ଅସୁସ୍ଥତା ଅନୁଭବ କରିପାରନ୍ତି। ସତ୍ୟନିଷ୍ଠ ହେବେ। ଆକସ୍ମିକ ସମସ୍ୟାରୁ ଉବୁରି ଯାଇପାରନ୍ତି। ଦାମ୍ପତ୍ୟ ଜୀବନ ଶୁଭପ୍ରଦ ହେବ। ଧନାଗମର ସୂଚନା ମିଳୁଛି।
ବୃଷ: ସୁଖ ସମ୍ମାନ ଲାଭ କରିପାରନ୍ତି। ଆୟ ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହୋଇପାରନ୍ତି। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚିନ୍ତାଧାରା ମହତ୍‌ ହେବ।
ମିଥୁନ: ତରବର ନ ହୋଇ ଧୀରେ ସୁସ୍ଥେ କାର୍ଯ୍ୟ କଲେ କାର୍ଯ୍ୟର ପୂର୍ଣ୍ଣାଙ୍ଗ ରୂପ ରେଖ ହେବ। ବିବାଦୀୟ ବିତର୍କରେ ଭାଗ ନ ନେଇ ଚୁପ୍‌ ରହିପାରନ୍ତି। ମଧୁରଭାଷାରେ ଜନ-ମନୋରଞ୍ଜନ କରିପାରନ୍ତି। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇପାରେ।
କର୍କଟ: ଶୁଭ ସମାଚାର ପାଇ ପ୍ରଫୁଲ୍ଲିତ ହେବେ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଦିନଟି ଆପଣଙ୍କ ପାଇଁ ଶୁଭଦାୟକ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଅର୍ଥ ମିଳିବ।
ସିଂହ: ସୁସମ୍ବାଦ ପାଇପାରନ୍ତି। କର୍ମକ୍ଷେତ୍ର ଉତ୍ସାହଜନକ ହେବ। କାର୍ଯ୍ୟରେ ସଫଳତା ମିଳିବ। ସମ୍ମାନିତ ହେବେ। ଆର୍ଥିକ କ୍ଷେତ୍ର ସ୍ବଚ୍ଛଳ ରହିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ବିବାଦୀୟ ଘଟଣାରେ ତଥା ନିର୍ବାଚନରେ ବିଜୟୀ ହେବେ।
କନ୍ୟା: ସେବା ମନୋଭାବ ଗ୍ରହଣ କରିପାରନ୍ତି। କାର୍ଯ୍ୟରେ ସଫଳତା ଲାଭ କରିବେ। ଅଧିକ କ୍ଷମତାର ଅଧିକାରୀ ହେବେ ଓ ତା’ର ସଦ୍‌ବ୍ୟବହାର କରିପାରନ୍ତି। ବିବାଦୀୟ ବିତର୍କରେ ଭାଗ ନେଇ ବିଜୟୀ ହେବେ। ପ୍ରତିଯୋଗିତାରେ ସଫଳ ହେବେ।
ତୁଳା: ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ଆର୍ଥିକ ସ୍ଥିତି ଦୋହଲି ଯାଇପାରେ। ପାରିବାରିକ ଚାଲି ଚଳନ ଓ ଶାନ୍ତି ଶୃଙ୍ଖଳା ଘଟଣାରେ କିଛିଟା ପରିବର୍ତ୍ତନ ଘଟିବ। ପୁତ୍ର ସୁଖ ମିଳିପାରେ। ପରାକ୍ରମୀ ହେବେ। ଜିତେନ୍ଦ୍ରିୟ ହେବେ।
ବିଛା: ଉଚ୍ଚ ସମ୍ମାନ ଲାଭ କରିପାରନ୍ତି। ସୁଖକର ଘଟଣାମାନ ଘଟିପାରେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଭୋଜନ ରୁଚିକର ହେବ। ଆନନ୍ଦ ଉପଭୋଗ କରିବେ।
ଧନୁ: କାର୍ଯ୍ୟର ସଫଳ ରୂପାୟନ କରି ପ୍ରକଳ୍ପକୁ ଅଧିକ କ୍ରିୟାଶୀଳ କରିପାରନ୍ତି। ଶତ୍ରୁମାନଙ୍କ କାର୍ଯ୍ୟ କଳାପକୁ ପ୍ରତିହତ କରି ଆଶ୍ବସ୍ତ ହେବେ। ଶୁଭଖବର ପାଇ ଖୁସି ହେବେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଋଣପରିଶୋଧ କରିପାରନ୍ତି।
ମକର: ପଢ଼ା ପଢ଼ିରେ ସମୟ ଅତିବାହିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ନୃତ୍ୟ ସଙ୍ଗୀତପ୍ରିୟ ହେବେ। ସନ୍‌ମାର୍ଗୀ ହେବେ।
କୁମ୍ଭ: ବିଚାର ଧାରା ଉନ୍ନତମାନର ହେବ। କାର୍ଯ୍ୟ କ୍ଷେତ୍ରରେ ପରିଶ୍ରମ କଠିନତର ହେଲେ ବି ମର୍ଯ୍ୟାଦାଜନକ ପୁରସ୍କାର ମିଳିବ। କେତେକ କ୍ଷେତ୍ରରେ ଭୁଲବୁଝାମଣା ଘଟିପାରେ। ବିଦ୍ୟା ସାଧନାରେ ବିଚକ୍ଷଣ ହେବେ। ସର୍ବ ଜନାନୁରକ୍ତ ହେବେ।
ମୀନ: ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ସାଙ୍ଗଠନିକ କ୍ଷେତ୍ରରେ ନେତୃତ୍ବ ନେଇପାରନ୍ତି। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଦେବଦର୍ଶନ ମିଳିପାରେ। ଅଶାନ୍ତିର ଉପଶମ ହେବ। ସରକାରୀ ସ୍ତରରୁ ଲାଭବାନ୍‌ ହେବେ।

Comments are closed.