ରବିବାର ରାଶିଫଳ – ୨୪ ଜାନୁଆରୀ ୨୦୨୧

ମେଷ: ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି। ମାନସିକ ଅଶାନ୍ତି ଦୂର ହୋଇପାରେ। ନୀତି ନିଷ୍ଠ ବ୍ୟକ୍ତିଭାବେ ମାନ୍ୟତା ପ୍ରାପ୍ତ ହେବେ। କର୍ମକ୍ଷେତ୍ରରେ ଉତ୍ସର୍ଗିକୃତ ମନୋଭାବ ରହିବ। ଭାଗ୍ୟର ପରିବର୍ତ୍ତନ ଘଟିପାରେ।
ବୃଷ: ଆୟ ବୃଦ୍ଧିର ସୂଚନା ମିଳୁଛି। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ନୂଆ ବନ୍ଧୁ ଜୁଟିବେ। ଚିନ୍ତାଧାରା ଉନ୍ନତମାନର ହେବ।
ମିଥୁନ: ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି। ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି। ମଧୁର ସମ୍ଭାଷଣରେ ପରକୁ ଆପଣାର କରିପାରନ୍ତି।
କର୍କଟ: ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବ୍ୟବସାୟ ଲାଭଜନକ ହେବ। କରିତ୍‌କର୍ମା ହେବେ।
ସିଂହ: ଶୁଭ ସମାଚାର ପାଇ ପ୍ରଫୁଲ୍ଲିତ ହୋଇପାରନ୍ତି। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ବିବାଦୀୟ ଘଟଣାରେ ବିଜୟୀ ହେବେ। ସରକାରଙ୍କ କୃପା ପାତ୍ର ହୋଇପାରନ୍ତି।
କନ୍ୟା: ଭାଗ୍ୟଶାଳୀ ହେବେ। ଭୋଗ ବିଳାସ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଧନାଗମ ହେବ। ମହିଳାମାନଙ୍କର ସାହାର୍ୟ୍ୟକାରୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ପରୋପକାରରେ ବ୍ରତୀ ହୋଇ ଆତ୍ମସନ୍ତୋଷ ଲାଭ କରିପାରନ୍ତି।
ତୁଳା: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଅର୍ଥାଭାବର ସୂଚନା ମିଳୁଛି। ଉପୁଜି ଥିବା ସମସ୍ୟାର ସମାଧାନ ହେବା କଷ୍ଟସାଧ୍ୟ। ଋଣ ଭାର ବଢ଼ି ଯାଇପାରେ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଉଚ୍ଚମାନ ଆରୋହଣ ଓ ଜଳଯାତ୍ରା ନିଷେଧ।
ବିଛା: ସୁଖକର ଘଟଣାମାନ ଘଟିପାରେ। କର୍ମକ୍ଷେତ୍ର ସୁଫଳ ଦାୟକ ହେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଆନନ୍ଦ ଉପଭୋଗ କରିପାରନ୍ତି। ପତ୍ନୀ ଆପଣଙ୍କୁ ପତନ ମୁଖରୁ ରକ୍ଷା କରିବେ।
ଧନୁ: ଉପକାର, ପ୍ରତ୍ୟୁପୋକାର ଭାବେ ବନ୍ଧୁଙ୍କ ସହାୟତା ପାଇବେ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ସୁସମ୍ବାଦ ପାଇ ଖୁସି ହେବେ। ସାରାଦିନ କାର୍ୟ୍ୟ ବ୍ୟସ୍ତ ରହିପାରନ୍ତି। ଶୁଭକାର୍ଯ୍ୟ ପାଇଁ ବାତାବରଣ ସ୍ବଚ୍ଛ ଓ ନିର୍ମଳ ରହିଛି। ଋଣ ପରିଶୋଧ କରିବେ।
ମକର: ଅଧ୍ୟାପନା ପାଇଁ ପ୍ରସ୍ତୁତି ସ୍ବରୂପ ପଢ଼ାପଢ଼ିରେ ମନୋନିବେଶ କରିବେ। ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ଶୁଭ ଖବର ପାଇଁ ଆନନ୍ଦ ଅନୁଭବ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସନ୍ତାନ, ସନ୍ତତି ଆଶା ପୁରଣ ହୋଇପାରେ।
କୁମ୍ଭ: ପରିଶ୍ରମ ସୁଫଳଦାୟକ ହେବ। ଯାନବାହନ ସୁଖ ମିଳିପାରେ। ବାସସ୍ଥାନ ପରିବେଶ ପ୍ରଦୂଷଣ ମୁକ୍ତ ରହିବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। କାର୍ୟ୍ୟଧାରା ବାଧା, ବିଘ୍ନର ଊର୍ଦ୍ଧ୍ବରେ ରହିବ। ନୀତି ନିଷ୍ଠ ଭାବେ କାର୍ଯ୍ୟ ଧାରା ଉନ୍ନତମାନର ହେବ।
ମୀନ: ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଦେବ ଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିବେ। ଅଶାନ୍ତିର ମାତ୍ରା ହ୍ରାସ ହେବ। ଆସ୍ତିକଭାବାପନ୍ନ ହୋଇପାରନ୍ତି। ସରକାରୀ ସ୍ତରରୁ ଲାଭବାନ୍‌ ହେବେ।

Comments are closed.