ରବିବାର ରାଶିଫଳ – ୧୧ ଅକ୍ଟୋବର ୨୦୨୦

ମେଷ: ଶୁଭକାର୍ଯ୍ୟ ପାଇଁ ସମୟ ଉପଯୋଗୀ ହୋଇଛି। କର୍ମତତ୍ପର ରହିବେ। ବନ୍ଧୁ ସୁଖ ମିଳିପାରେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କୃଷି ଉପରେ ଗୁରୁତ୍ୱ ଦେବେ। ଯାନବାହନ ସୁଖ ମିଳିବ। ଗୃହ ପରିବେଶ ପ୍ରଦୂଷଣ ମୁକ୍ତ ରହିବ।
ବୃଷ: ଦିନଟି ଆପଣଙ୍କ ପାଇଁ ଆନନ୍ଦଦାୟକ ହେବ। କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ। ସାଧନା ସିଦ୍ଧିଦାୟକ ହେବ। ବ୍ୟବସାୟ ଲାଭଜନକ ହେବ। ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରି ସାଧାରଣଙ୍କର ପ୍ରିୟ ଭାଜନ ହେବେ।
ମିଥୁନ: ବିଭିନ୍ନ ଦିଗରୁ ଧନାଗମ ହୋଇପାରେ। ଆଶାବାଦୀ ହେବେ। ଧର୍ମ-କର୍ମ ସଂପାଦନ କରିପାରନ୍ତି। ତ୍ୟାଗପୂତ ମନୋବୃତ୍ତିର ହେବେ। ନୀତିମାନ୍‍ ହେବେ। ଅତି ସୁଖୀ ଓ ସହିଷ୍ଣୁ ହେବେ।
କର୍କଟ: ଶ୍ରୀ ଚନ୍ଦ୍ର ଭୋଗ ହେତୁ ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହେବେ। ବହୁ ଭାବେ ଉପକୃତ ହେବେ। ଧନବାନ୍‍ ହେବେ। ଗୁଣଜ୍ଞ ହୋଇପାରନ୍ତି। କଳ୍ପନା ବିଳାସୀ ହେବେ। ବ୍ୟବସାୟ ଲାଭଜନକ ହେବ। ଶାନ୍ତି ସନ୍ତୋଷ ଲାଭ କରିବେ।
ସିଂହ: ସତର୍କ ନ ରହିଲେ ପ୍ରତାରଣାର ଶିକାର ହୋଇପାରନ୍ତି। ସମୃଦ୍ଧି ପାଇଁ ମାର୍ଗ ଉନ୍ମୁକ୍ତ ରହିବ। କାର୍ଯ୍ୟରେ ସଫଳତା ଲାଭ କରିବେ। ପାରିବାରିକ ସୁଖ ଶାନ୍ତି ଅବ୍ୟାହତ ରହିବ। ଧର୍ମ କାର୍ଯ୍ୟରେ ଅଧିକ ବ୍ୟୟର ସମ୍ମୁଖୀନ ହେବେ।
କନ୍ୟା: ମୂଲ୍ୟବାନ୍‍ ଦ୍ରବ୍ୟକ୍ରୟ କରିପାରନ୍ତି। ଆୟ ଆଶାନୁରୂପ ହେବ। ପାରିବାରିକ ଶାନ୍ତି ମିଳିବ। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ପ୍ରୀତିଭୋଜନ ମିଳିପାରେ। ଚିନ୍ତାମୁକ୍ତ ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।
ତୁଳା: ଯଶସ୍ୱୀ ହେବେ। ଦୃଢ଼ ସଂକଳ୍ପ ନେଇ କାର୍ଯ୍ୟ କରି ଚାଲିବେ। ସୁଖ ସନ୍ତୋଷ ଲାଭ କରିବେ। ଧନବୃଦ୍ଧିର ସୂଚନା ମିଳୁଛି। ପାରିବାରିକ ଶାନ୍ତି ଅବ୍ୟାହତ ରହିବ। ସରକାରୀ କୃପା ଲାଭ କରିପାରନ୍ତି। କୀର୍ତ୍ତିମାନ୍‍ ଓ ସ୍ବତ୍ବାଧିକାରୀ ହେବେ।
ବିଛା: ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି। ପୂଜ୍ୟ ପୂଜା ଉପରେ ଗୁରୁତ୍ୱ ଦେବେ। ଭବିଷ୍ୟତ ପାଇଁ ଅର୍ଥ ବିନିଯୋଗ କରିବେ। ଧନବାନ୍‍ ହେବେ। ପାରିବାରିକ ସୁଖ ମିଳିବ। ମହତ୍‍ କାର୍ଯ୍ୟରେ ନିୟୋଜିତ ହୋଇପାରନ୍ତି।
ଧନୁ: ସନ୍ଦେହ ମୋଚନ ହୋଇପାରେ। ସୁଖହାନି ହୋଇପାରେ। ଶାରୀରିକ ସ୍ତରରେ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ସ୍ୱାଭିମାନୀ ହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ।
ମକର: ଉଦ୍ୟୋଗୀ ହୋଇପାରନ୍ତି। ଆମୋଦ-ପ୍ରମୋଦରେ ସମୟ ଅତିବାହିତ କରିପାରନ୍ତି। ସୁସମ୍ବାଦ ପାଇ ଖୁସି ହେବେ। ସ୍ୱାସ୍ଥ୍ୟବାନ୍‍ ହୋଇପାରନ୍ତି। ଶୁଭକର୍ମ ପାଇଁ ବାତାବରଣ ଅନୁକୂଳ ରହିଛି। ପତ୍ନୀଙ୍କ ସହାୟତା ପାଇବେ।
କୁମ୍ଭ: ନିଜ ଜିଦରେ ଅଟଳ ରହିବେ। କାର୍ଯ୍ୟ ହାସଲ କରିବାରେ ସିଦ୍ଧହସ୍ତ ହେବେ। ଦ୍ରବ୍ୟଲାଭର ସୂଚନା ମିଳୁଛି। ସ୍ୱାସ୍ଥ୍ୟ ଅତୁଟ ରହିବ। ଶତ୍ରୁ ଦମନ କରି ମାନସିକ ଶାନ୍ତି ଫେରି ପାଇବେ। ପରୋପକାରୀ ଓ ହୃଦୟବାନ୍‍ ହେବେ।
ମୀନ: ଯାତ୍ରା ଶୁଭଦାୟକ ହେବ। ହଠାତ୍‍ କିଛି ଅର୍ଥ ମିଳିବାର ସୁଯୋଗ ଅଛି। ଲଟେରି ଫଳ ଆପଣଙ୍କ ସପକ୍ଷରେ ଯାଇପାରେ। ବ୍ୟବସାୟ ଭଲରେ ଚାଲିବ। କନ୍ୟା ସନ୍ତାନ ଦ୍ୱାରା ଉପକୃତ ହୋଇପାରନ୍ତି। ସୁବନ୍ଧୁଯୁକ୍ତ ହେବେ।

Comments are closed.