ରବିବାର ରାଶିଫଳ ୧୯। ୦୭।୨୦୨୦

ମେଷ: ଶୁଭକାର୍ଯ୍ୟ ପାଇଁ ଯାତ୍ରା କରିବେ। ଶ୍ରମ ସାର୍ଥକ ହୋଇପାରେ। ଚିତ୍ତ ପ୍ରସନ୍ନ ରହିବ। ଈଶ୍ୱର ବିଶ୍ୱାସୀ ହେବେ, ମଧୁରଭାଷୀ, ପ୍ରେମୀ ଓ ସାହସୀ ହେବେ। ସାନଭାଇମାନଙ୍କଠାରୁ ସମ୍ମାନ ମିଳିବ।
ବୃଷ: ଭାଗ୍ୟଶାଳୀ ହେବେ। ପ୍ରବାସୀ ହୋଇପାରନ୍ତି। ଲୋକାଦୃତ ହେବେ। ସହନଶୀଳ ଓ ଶାନ୍ତିପ୍ରିୟ ହେବେ। ବିଦ୍ୟାପ୍ରେମୀ ହୋଇପାରନ୍ତି। ମିତ୍ର ସୁଖ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଧନାଗମ ହେବ।
ମିଥୁନ: ଯୋଗାଯୋଗ ଫଳଦାୟକ ହେବ। ସ୍ୱାଧୀନ ଚିନ୍ତାଧାରା ନେଇ କାର୍ଯ୍ୟ କରିବେ। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ମାଲିମୋକଦ୍ଦମାରେ ବିଜୟୀ ହେବେ ଓ ଧନଲାଭ ହେବ। ସୁସ୍ବାଦୁୁୁୁୁୁୁୁୁୁୁୁୁ ଭୋଜନ ମିଳିବ।
କର୍କଟ: କାହା ଉପରେ ନିର୍ଭର ନ କରି ନିଜ ଉଦ୍ୟମରେ କାର୍ଯ୍ୟ କରି ଚାଲିବେ। ଶୁଭ କାର୍ଯ୍ୟରେ ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। ମିଷ୍ଟଭାଷୀ ହେବେ। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଜ୍ଞାନୀ ହେବେ।
ସିଂହ: ବହୁ ସୁଯୋଗର ଅଧିକାରୀ ହେବେ। ସୁଖ-ସନ୍ତୋଷ ଲାଭ କରିପାରନ୍ତି। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବେ।
କନ୍ୟା: କୁଳ ପ୍ରଦୀପ ହେବେ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହୋଇପାରନ୍ତି। ପରିବାର ପ୍ରତି ସ୍ନେହ, ସଦିଚ୍ଛା ଭାବ ରହିବ। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ।
ତୁଳା: କଳେବଳେ କୌଶଳେ ଧନଲାଭ ପାଇଁ ଉଦ୍ୟମ ଜାରି ରଖିବେ। ଉଚ୍ଚ ଆଶା ଫଳବତୀ ହୋଇପାରେ। ଭାଗ୍ୟଶାଳୀ ହେବେ। ଭୋଗବିଳାସ କରିପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ସାହସୀ ଓ ସମ୍ପତ୍ତିବାନ୍‍ ହେବେ।
ବିଛା: ଯାନବାହନ ଚଳାଚଳରେ ସତର୍କ ରହିବେ। ଧନକ୍ଷୟ ହୋଇପାରେ। ସ୍ୱାଭିମାନୀ ହେବେ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ସହଯୋଗୀ ବ୍ୟବସାୟ ଲାଭଜନକ ହେବ।
ଧନୁ: ସତ୍‍କର୍ମରେ ଯୋଗଦାନ କରିବେ। ବିଭିନ୍ନ ସ୍ତରରୁ ସହଯୋଗ ପାଇବେ। ବ୍ୟବସାୟ ଲାଭଜନକ ହେବ। ସେବା ମନୋଭାବର ହୋଇପାରନ୍ତି। ଶାନ୍ତ ଓ ଧୈର୍ୟ୍ୟବାନ୍‍ ହେବେ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ। ମନରେ ଅହଂଭାବ ଆସିବ।
ମକର: ଅଯଥା ଅଭିଯୁକ୍ତ ହେବାରୁ ମନରେ କ୍ଷୋଭଜାତ ହେବ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ରଣାଙ୍ଗନରେ ସାହାଯ୍ୟ ପାଇ ଶତ୍ରୁ ବିନାଶ କରିପାରନ୍ତି। ମାନସିକ ଶାନ୍ତି ଫେରି ପାଇବେ। ସୁସ୍ଥ ରହିବେ। ଚାକିରିରେ ସୁନାମ ମିଳିବ।
କୁମ୍ଭ: କର୍ମଚଞ୍ଚଳ ରହିବେ। ଉପୁଜିଥିବା ସମସ୍ୟାର ସମାଧାନ ପାଇଁ ସୁଚିନ୍ତିିତ ମତବ୍ୟକ୍ତ କରିବେ। ଆକସ୍ମିକ ଧନଲାଭ ହେବ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ବ୍ୟବସାୟଙ୍କର ପ୍ରଚୁର ଧନଲାଭ ହେବ। ଧାର୍ମିକ, ତେଜସ୍ୱୀ ଓ ଉତ୍ତମବ୍ୟକ୍ତିତ୍ୱ ସମ୍ପନ୍ନ ହେବେ।
ମୀନ: ଉଦଯୋଗୀ ହେବେ। ଉଦାର ସ୍ୱଭାବର ଓ ସୁଖୀ ହେବେ। ଦାନଶୀଳ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ। କୃଷି କାର୍ୟ୍ୟ ଉପରେ ଧ୍ୟାନରତ ହେବେ। ପ୍ରେମୀ ଓ ବୁଦ୍ଧିମାନ୍‍ ହେବେ। ଯାନବାହନ ସୁଖ ମିଳିବ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ।

Comments are closed.