ରବିବାର ରାଶିଫଳ(୧୭-୫-୨୦୨୦)

ମେଷ: କାର୍ଯ୍ୟ ଆୟତ୍ତାଧୀନ ହେବ। ଥଣ୍ଡା-ଜ୍ୱର ପ୍ରତି ସତର୍କ ରହିବାକୁ ପଡ଼ିବ। ପ୍ରତିକାର ପାଇଁ କ୍ରିୟାଶୀଳ ହେବେ। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇପାରେ। ଏକାନ୍ତରେ ରହିବାକୁ ଇଚ୍ଛା ପ୍ରକାଶ କରିପାରନ୍ତି। ସ୍ନେହପୂର୍ଣ୍ଣ ଭାଷାରେ ପରକୁ ଆପଣାର କରିବେ।
ବୃଷ: ଦାମ୍ଭିକତା ପ୍ରଦର୍ଶନ କରିପାରନ୍ତି। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବେ। ଚଞ୍ଚଳମନା ଓ କରିତ୍‍କର୍ମା ହେବେ।
ମିଥୁନ: ଯୋଗାଯୋଗରେ କାର୍ଯ୍ୟ ହାସଲ କରିବାର ସମ୍ଭାବନା ଅଛି। ମନ ପ୍ରସନ୍ନ ରହିବ। କୁଳ ପ୍ରଦୀପ ହେବା ଆଶା କରାଯାଏ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ୱଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶ ଅର୍ଜନ କରିବେ।
କର୍କଟ: ଭାଗ୍ୟଶାଳୀ ହୋଇପାରନ୍ତି। ଭୋଗ-ବିଳାସରେ ସମୟ ଅତିବାହିତ କରିବେ। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ୱାନ, ସାହସୀ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ପରୋପକାରୀ ହେବେ।
ସିଂହ: ଈର୍ଷା ପରାୟଣ ହୋଇପାରନ୍ତି। ସ୍ୱାଭିମାନୀ ହେବେ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ମିତ୍ରମାନେ କରଛଡ଼ା ଦେବାର ସମ୍ଭାବନା ଅଛି। ଉଚ୍ଚ ସ୍ଥାନ ଆରୋହଣ ଓ ଯାନବାହନ ଚଳାଚଳରେ ସତର୍କ ରହିବାକୁ ପଡ଼ିବ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ।
କନ୍ୟା: ​ଯେକୌଣସି କାର୍ଯ୍ୟ କରନ୍ତୁ ନା କାହିଁକି; ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ। ବନ୍ଧୁ ମିଳନର ସୁଯୋଗ ଅଛି। ବ୍ୟବସାୟ ଲାଭଜନକ ହେବ। ସମାଜସେବୀ ହୋଇପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‍ ହେବେ। ପତ୍ନୀଙ୍କ ପରାମର୍ଶରେ ଚଳିଲେ ବିଶେଷ ଉପକୃତ ହେବେ।
ତୁଳା: ଶତ୍ରୁ ଉପରେ ତୀକ୍ଷ୍ମ ଦୃଷ୍ଟି ରଖିପାରନ୍ତି। ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଉପୁଜି ପାରେ। ବଳିଷ୍ଠ ଓ ଶତ୍ରୁହନ୍ତା ହେବେ। ଭାଇମାନଙ୍କଠାରୁ ସ୍ନେହ-ସହଯୋଗ ମିଳିବ। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସା ମିଳିବ।
ବିଛା: ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ଚଞ୍ଚଳତା ପ୍ରକାଶ ପାଇବ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ବ୍ୟବସାୟ ଲାଭଜନକ ହେବ। ତନ୍ତ୍ର-ମନ୍ତ୍ରାଦି ଗୁପ୍ତବିଦ୍ୟା ପ୍ରତି ଆଗ୍ରହୀ ହେବେ।
ଧନୁ: ଉଦାର ସ୍ୱଭାବର ହେବେ। ଦାନ-ଧର୍ମକୁ ଶ୍ରେୟ ମଣିପାରନ୍ତି। ବ୍ୟକ୍ତିତ୍ୱର ବିକାଶ ଘଟିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। କୃଷି ପ୍ରତି ଧ୍ୟାନ ଦେବେ। ପ୍ରେମୀ ଓ ବୁଦ୍ଧିମାନ୍‍ ହେବେ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ।
ମକର: ପରିଶ୍ରମର ମୂଲ୍ୟ ମିଳିବ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବର ହେବେ। ମଧୁରଭାଷୀ ହୋଇପାରନ୍ତି। ଥଣ୍ଡା-କଫ ପ୍ରତି ପୂର୍ବ ସତର୍କତା ଆବଶ୍ୟକ। ପ୍ରେମୀ ଓ ସାହସୀ ହେବେ। ସାନ ଭାଇମାନଙ୍କ ଠାରୁ ଆଦର-ସମ୍ମାନ ମିଳିବ।
କୁମ୍ଭ: ଭାଗ୍ୟଶାଳୀ ହେବେ। ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହେବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର, ବିଦ୍ୟାପ୍ରେମୀ ହୋଇପାରନ୍ତି। ମିତ୍ରମାନଙ୍କଠାରୁ ସ୍ନେହ-ସହାନୁଭୂତି ମିଳିବ। ବ୍ୟବସାୟରୁ ଅଧିକ ଧନଲାଭ ହୋଇପାରେ।
ମୀନ: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ମାଲିମୋକଦ୍ଦମାରେ ବିଜୟୀ ହେବେ। ସାମାଜିକ ଗୌରବର ଅଧିକାରୀ ହେବେ।

Comments are closed.