ରବିବାର ରାଶିଫଳ

ମେଷ: ଶ୍ରମ ସାର୍ଥକ ହେବ। କଳ୍ପନା ବିଳାସୀ ହେବେ। ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିପାରେ। ସନ୍‌ମାର୍ଗୀ ହେବେ। ପ୍ରମଦାଙ୍କର ଅତ୍ୟନ୍ତ ପ୍ରିୟପାତ୍ର ହେବେ। ବିଶେଷ ଜ୍ଞାନର ଅଧିକାରୀ ହେବେ। ବକ୍ତା ହୋଇପାରନ୍ତି। ଶ୍ରେଷ୍ଠ ପଦବୀ ମିଳିବ।
ବୃଷ: ପ୍ରତ୍ୟେକ କ୍ଷେତ୍ରରେ ସତର୍କତାର ସହ କାର୍ଯ୍ୟ କଲେ ସଫଳତା ମିଳିବ। ମନରେ ଭକ୍ତି ଭାବ ଜାଗ୍ରତ ହେବ। ପାରିବାରିକ ସୁଖ ମିଳିବ। ସଜ୍ଜନମାନଙ୍କ ସାନ୍ନିଧ୍ୟ ମିଳିବ। ମହାନ୍‌ ବ୍ୟକ୍ତି ଭାବେ ପରିଚିତ ହେବେ। ନିଜ ବନ୍ଧୁଙ୍କ ହିତୈଷୀ ହେବେ।
ମିଥୁନ: ସାମାନ୍ୟ ମାତ୍ରାର ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଅସୁସ୍ଥତା ଅନୁଭବ କରିପାରନ୍ତି। ଅଷ୍ଟମ ଚନ୍ଦ୍ର ସହ ଘାତଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ଖୁବ୍‌ ସତର୍କତାର ସହ ଚଳିବାକୁ ପଡ଼ିବ। ଉଚ୍ଚସ୍ଥାନ ଆରୋହଣ ଓ ଜଳଯାତ୍ରା ନିଷେଧ।
କର୍କଟ: ମାନସିକ ଶାନ୍ତି ଫେରି ପାଇବେ। ଆନନ୍ଦ ଉତ୍ସବରେ ଦିନଟି ଅତିବାହିତ କରିପାରନ୍ତି। ଭଦ୍ର ବ୍ୟବହାର କରି ଜନାଦୃତ ହୋଇପାରନ୍ତି। ମନୋରମା କନ୍ୟା ସହିତ ଅବିବାହିତଙ୍କର ବିବାହ ସମ୍ବନ୍ଧ ସ୍ଥିର ହେବ। ବିଭିନ୍ନ ସ୍ତରରୁ ଅର୍ଥ ମିଳିବ।
ସିଂହ: ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ଶତ୍ରୁ ଉପରେ କଡ଼ା ନଜର ରଖିବାକୁ ପଡ଼ିବ। ସଙ୍ଗୀତ ପ୍ରିୟ ହେବେ। ଭୋଗ-ବିଳାସ କରିପାରନ୍ତି। କଳାଧନ ପାଇବାକୁ ପ୍ରବଳ ଉଦ୍ୟମ କରିବେ। ଅଧିକ ବିଦ୍ୟାର ଅଧିକାରୀ ହେବେ। ସୁବର୍ଣ୍ଣ ପ୍ରାପ୍ତ ହେବେ।
କନ୍ୟା: ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଉତ୍‌ଫୁଲ୍ଲିତ ହେବେ। ଅନ୍ୟାୟର ପ୍ରତିବାଦ କରିବେ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ସାଧାନାରେ ସିଦ୍ଧି ପ୍ରାପ୍ତ ହେବେ। କୋଟିନିଧି ପ୍ରାପ୍ତିର ସୂଚନା ମିଳୁଛି। ସୁଖ ମିଳିବ। ଚିତ୍ତ ସନ୍ତୁଷ୍ଟ ହେବ।
ତୁଳା: ପୈତୃକ ସମ୍ପତ୍ତି ପାଇବାକୁ ହକ୍‌ଦାର ହେବେ। ଦ୍ରବ୍ୟ ନଷ୍ଟ ହେବାର ସମ୍ଭାବନା ଅଛି। ସବୁ ବାଧା-ବିଘ୍ନକୁ ଏଡ଼ାଇ କର୍ମକ୍ଷେତ୍ରକୁ ସଫଳ ରୂପାୟନ କରିବାରେ ସକ୍ଷମ ହେବେ। ବହୁ ମିତ୍ରଙ୍କ ସହାୟତା ପାଇ ଉପକୃତ ହେବେ। କୁଳର ମୁଖ୍ୟ ହେବେ।
ବିଛା: ମାନସିକ ସ୍ତରରେ ଶାନ୍ତିର ବାତାବରଣ ପ୍ରବାହିତ ହେବ। ସେବା ପରାୟଣ ହୋଇପାରନ୍ତି। ପୂଜ୍ୟପୂଜା ଉପରେ ଗୁରୁତ୍ବ ଦେବେ। ହର୍ଷଯୁକ୍ତ ବିଶୁଦ୍ଧଭାଷୀ, ଧନଶାଳୀ, ବହୁ ମୁକ୍ତାର ଅଧିକାରୀ ହେବେ। ନିଜ କର୍ମ ପାଇଁ ଗର୍ବିତ ହେବେ।
ଧନୁ: ସ୍ଥାନାନ୍ତର ଯୋଗ ଅଛି। ଚିନ୍ତାଗ୍ରସ୍ତ ହୋଇପାରନ୍ତି। ଶୀଳଧନ ପ୍ରାପ୍ତ ହେବେ। ବରିଷ୍ଠ ଓ ଶ୍ରେଷ୍ଠ ହୋଇପାରନ୍ତି। ପରାମର୍ଶ ଦାତା ହେବେ। ବହୁ ମିତ୍ରଙ୍କ ସାନ୍ନିଧ୍ୟ ଓ ସହଯୋଗ ପାଇ ଆତ୍ମ ସନ୍ତୋଷ ଲାଭ କରିବେ। ମିଷ୍ଟାନ୍ନ ଭୋଜନ ମିଳିବ।
ମକର: ବାଧ୍ୟତାର ସମ୍ମୁଖୀନ ହେବେ। ସୁଖ-ସନ୍ତୋଷ ଲାଭ କରିବେ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଚେଷ୍ଟାରେ ସଫଳତା ଲାଭ କରିବେ। କର୍ତ୍ତବ୍ୟନିଷ୍ଠ ହୋଇପାରନ୍ତି। ନାନା ବିଭବ ମଣ୍ଡିତ ହୋଇପାରନ୍ତି। ରାଜାଧିରାଜ ହୋଇପାରନ୍ତି।
କୁମ୍ଭ: କୌଣସି ଦ୍ରବ୍ୟ ଅପହରଣ ହୋଇପାରେ। ବ୍ୟୟ ବୃଦ୍ଧି ହୋଇପାରେ। ପ୍ରଭୂତ ବିତ୍ତର ଅଧିକାରୀ ହେବେ। ନାନା ପ୍ରକାର ସୁବିଦ୍ୟା ଅର୍ଜନ କରିବା ଦ୍ବାରା ଜ୍ଞାନ-ଗରିମା ବୃଦ୍ଧି ପାଇବ। ବିଚକ୍ଷଣ ହେବେ। ଶାନ୍ତି ମିଳିବ।
ମୀନ: ବ୍ୟବସାୟରେ ଅଧିକ ଅର୍ଥ ବିନିଯୋଗ କଲେ ଲାଭପ୍ରଦ ହେବ। ସୁଖ-ସମ୍ମାନ ଲାଭ କରିବେ। ବିଜ୍ଞାନୀ ହେବେ। ବରପ୍ରାପ୍ତ ହୋଇପାରନ୍ତି। ସତ୍ୟର ପୂଜାରୀ ହେବେ। ସୁବକ୍ତା ଭାବେ ଜନ-ମନ କିଣିବାରେ ସକ୍ଷମ ହେବେ। ପ୍ରୀତି ଲାଭ ହେବ।

Comments are closed.