ମଦ୍ୟପ ସ୍ୱାମୀକୁ ପିଟି ପିଟି ସ୍ତ୍ରୀ ହତ୍ୟା କରିଥିବା ଅଭିଯୋଗ

ସୁନ୍ଦରଗଡ : ମଦ୍ୟପ ସ୍ୱାମୀକୁ ପିଟି ପିଟି ସ୍ତ୍ରୀ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ସୁନ୍ଦରଗଡ ଜିଲା ତଳସରା ଥ।ନା ବାଲିଶଙ୍କରା ଭାଟିପଡାରେ ଘଟିଛି। ମଦ୍ୟପାନ କରି ଗଣ୍ଡଗୋଳ କରୁଥିବା ସ୍ୱାମୀକୁ ସ୍ତ୍ରୀ ଲୁହାରଡରେ ପିଟି ହତ୍ୟା କରିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଉଭୟଙ୍କ ପରିଚୟ ଅସ୍ପଷ୍ଟ ରହିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ସ୍ତ୍ରୀକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ବୋଲି ସୂଚନା ମିଳିଛି।

Comments
Loading...