ସୁନ୍ଦରେଶ୍ୱର ମନ୍ଦିର ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଲୁଟ୍

ଚିକିଟି: କେ. ନୂଆଗାଁ ଥାନା ଅଞ୍ଚଳରେ ଲୁଟେରାଙ୍କ ପ୍ରାଦୁର୍ଭାବ ବଢିଚାଲିଛି। ଏମିତିକି ମନ୍ଦିରରୁ ଲୁଟ କରିବାରେ ଲୁଟେରାମାନେ ସାମାନ୍ୟତମ ସଙ୍କୋଚ ମଧ୍ୟ କରୁ ନାହାନ୍ତି । ଅନ୍ୟପଟେ ବଗଳାମୁଖୀ, ବାରାହୀ, ଧନ୍ୟରାସି ଶିଵ ମନ୍ଦିରରୁ ଲୁଟର ଫର୍ଦାଫାଶ ଏଯାଏଁ ନ ହେଉଣୁ ଗତ ବିଳମ୍ବିତ ରାତିରେ ନୂଆପଡା ଫାଣ୍ଡିର ଅନତି ଦୂରରେ ରହିଥିବା ସୁନ୍ଦରଡ଼ା ସ୍ଥିତ ସୁନ୍ଦରେଶ୍ୱରଙ୍କ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଲୁଟ କରିବା ପୁଲିସ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ ହୋଇଛି। ଆଜି ଭୋରରୁ ମନ୍ଦିର ପୂଜକ ହୁଣ୍ଡି ଭଙ୍ଗା ଥିବା ଦେଖି କମିଟିଙ୍କୁ ଖବର ଦେଇଥିଲେ। କରୋନାରେ ମନ୍ଦିର ପରିଚାଳନା କମିଟିର ୩ ଜଣ ସଭ୍ୟଙ୍କ ଦେହାନ୍ତ ଯୋଗୁଁ ପାଖାପାଖି ଦୁଇ ବର୍ଷ ହେଲା ମନ୍ଦିର ହୁଣ୍ଡି ଖୋଲା ଯାଇ ନ ଥିଲା। ଏହାର ସୁଯୋଗ ନେଇ ଦୁଇ ବର୍ଷର ହୁଣ୍ଡିରେ ଜମା ଥିବା ଲକ୍ଷାଧିକ ଟଙ୍କାକୁ ଲୁଟେରା ଲୁଟି ନେଇଛନ୍ତି। ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଛି। ଏ ସମ୍ପର୍କରେ ପୁଲିସରେ ମନ୍ଦିର ପରିଚାଳନା କମିଟି ତରଫରୁ କେ ନୂଆଗାଁ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ପରିଚାଳନା କମିଟି ସୂଚନା ଦେଇଛନ୍ତି ।

Comments are closed.