ସୁନନ୍ଦା ପୁଷ୍କର ହତ୍ୟା ମାମଲା; ଶଶୀ ଥରୁରଙ୍କୁ ବିଦେଶ ଯାତ୍ରା ଅନୁମତି

ନୂଆଦିଲ୍ଲୀ : ସୁନନ୍ଦା ପୁଷ୍କର ହତ୍ୟା ମାମଲାରେ ଅଭିଯୁକ୍ତ କଂଗ୍ରେସ ସାଂସଦ ଶଶୀ ଥରୁରଙ୍କୁ ବିଦେଶ ଯାତ୍ରା ପାଇଁ ଅନୁମତି ମିଳିଛି। ଥରୁର ଜୁନ ୧ରୁ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ବିଦେଶ ଯାତ୍ରା କରିପାରିବେ ବୋଲି ଦିଲ୍ଲୀ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ବିଦେଶ ଯାତ୍ରା ପାଇଁ ଶଶୀ ଥରୁର କୋର୍ଟର ଅନୁମତି ଭିକ୍ଷା କରିଥିଲେ।
ସୂଚନାଯୋଗ୍ୟ ଯେ, ୨୦୧୪ ଜାନୁୟାରୀ ୧୭ତାରିଖରେ ଦିଲ୍ଲୀସ୍ଥିତ ଏକ ପଞ୍ଚତାରକା ହୋଟେଲରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହାର ପୂର୍ବରୁ ଥରୁର ପାକିସ୍ତାନୀ ସାମ୍ବାଦିକାଙ୍କ ସହ ସମ୍ପର୍କ ଥିବା ସୁନନ୍ଦା ଅଭିଯୋଗ କରିଥିଲେ।

Comments are closed.