ଦଶହରାରେ ଶ୍ରୀଜୀଉଙ୍କର ସୁନାବେଶ

କରୋନା କଟକଣା ଯୋଗୁ ଭକ୍ତ ସୁନାବେଶ ଦର୍ଶନରୁ ବଞ୍ଚିତ ହେବେ

ପୁରୀ : ପୁରୀ ଶ୍ରୀମନ୍ଦିରରେ ଶୁକ୍ରବାର ଦଶହରା ପର୍ବ ପାଳିତ ହେବ। ଏହି  ଅବସରରେ ପରମ୍ପରା ଅନୁଯାୟୀ ଶ୍ରୀଜୀଉମାନଙ୍କୁ ରାଜାଧିରାଜ ବା ସୁନାବେଶରେ ସଜ୍ଜିତ କରାଯିବ ବୋଲି ଜଣାପଡିଛି।

ପାରମ୍ପରୀକରୀତି ମତେ ଅବକାଶ ନୀତି ଶେଷ ହେବାପରେ ଦିନ ପ୍ରାୟ ୧୦ଟା ବେଳକୁ ରତ୍ନସଂହାସନ ନିକଟରେ ଶ୍ରୀଜୀଉମାନଙ୍କର ହଳ, ମୂଷଳ, ଶଂଙ୍ଖ, ଚକ୍ର, ଗଦା ,ପଦ୍ମ ଓ ତଡଗୀ ଆଦି ଶ୍ରୀଜୀଉମାନଙ୍କର ଆୟୂଧ ସବୁକୁ ପୂଜା କରାଯିବ । ଏହା ସହ ଶ୍ରୀଜୀଉମାନଙ୍କୁ ସୁନାବେଶରେ ସଜ୍ଜିତ କରାଯିବ। ତେବେ କରୋନା ଯୋଗୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଥିବାରୁ ଅଗଣିତ ଭକ୍ତ ଏହି ଆକର୍ଷଣୀୟ ସୁନାବେଶ ଦର୍ଶନ କରିବାରୁ ବଞ୍ଚିତ ହେବେ ।

Comments are closed.