କଟକର ସନ୍‍ ହସ୍ପିଟାଲରେ ବଡ ଧରଣର ଅଗ୍ନିକାଣ୍ଡ

କଟକ : କଟକ ଜିଲା ତୁଳସୀପୁରରେ ସ୍ଥିତ ସନ୍‍ ହସ୍ପିଟାଲରେ ସୋମବାର ଅପରାହ୍ନରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି। ସନ୍‍ ହସ୍ପିଟାଲର ୪ର୍ଥ ମହଲାରେ ଥିବା ନୂତନ କ୍ୟାଣ୍ଟିନରେ ଏହି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ନିଆଁ ଲିଭାଇବା କାର୍ଯ୍ୟରେ ଅଗ୍ନିଶମ କର୍ମଚାରୀ ନିୟୋଜିତ ରହିବା ସହ ନିଆଁକୁ ଆୟତ୍ତ କରାଯାଇଛି। ବର୍ତ୍ତମାନ କେବଳ ଅଧିକ ଧୂଆଁ ରହିଛି। ଏହାସହ ରୋଗୀମାନଙ୍କୁ ତୁରନ୍ତ ଅନ୍ୟତ୍ରକୁ ସ୍ଥାନାନ୍ତର କରାଯାଇଥିବା ବେଳେ କେହି ମୃତାହତ ହୋଇନଥିବା ପ୍ରାର୍ଥମିକ ତଦନ୍ତରୁ ଜଣାପଡିଛି।

Comments are closed.