ଆହୁରି ଦୁଇ ଦିନ ହେବ ପ୍ରବଳ ଖରା ସହ ଗୁଳିଗୁଳି

ଭୁବନେଶ୍ୱର : ଗ୍ରୀଷ୍ମ ପ୍ରବାହ କାରଣରୁ ପ୍ରବଳ ଖରା ସହ ଗୁଳୁଗୁଳି ଲୋକଙ୍କୁ ଖୁବ ଅସ୍ତବ୍ୟସ୍ତ କରିଦେଉଛି। ଆହୁରି ଦୁଇଦିନ ଏଭଳି ହିଟ ୱେଭ୍‍ ଲାଗି ରହିବା ସହ ପଶ୍ଚିମ ଓଡ଼ିଶାରେ ଖରାର ପ୍ରକୋପ ଅଧିକ ରହିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବା ଜଣାପଡ଼ିଛି।
ସେହିପରି ଉପକୂଳ ଓଡ଼ିଶାରେ ପାରଦ ସାମାନ୍ୟ କମ ରହିଲେ ମଧ୍ୟ ଆଦ୍ରତା ରହୁଥିବାରୁ ପ୍ରବଳ ଗୁଳୁଗୁଳି ହେଉଥିବା ପାଣିପାଗ ବିଶେଷଜ୍ଞ କହିଛନ୍ତି। ସୂଚନା ଯୋଗ୍ୟ, ରାଜ୍ୟର କେତେକ ସ୍ଥାନରେ ତାପମାତ୍ରା ୪୦ଂ ଟପୁଥିବା କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି। ସକାଳ ୮ଟାରୁ ପ୍ରବଳ ଖରା ଅନୁଭବ ହେଉଛି। ଏହାସହ ଦିନ ୧୧ଟା ବେଳକୁ ଦୋକନ ବଜାର ବନ୍ଦ ରହୁଥିବା ଦେଖିବାକୁ ମିଳୁଛି।

Comments are closed.