ଘୁଞ୍ଚିଲା ଦଶମ ଶ୍ରେଣୀ ମଧ୍ୟମା ପରୀକ୍ଷା

କଟକ: ଜାନୁଆରୀ ୫ ତାରିଖକୁ ଘୁଞ୍ଚିଲା ଦଶମ ଶ୍ରେଣୀ ମଧ୍ୟମା(ସଂସ୍କୃତ)ର ସମେଟିଭ୍ ଆସେସ୍‌ମେଣ୍ଟ-୧ ପରୀକ୍ଷା। ପୂର୍ବରୁ ଡିସେମ୍ବର ୨୭ ତାରିଖରେ ପରୀକ୍ଷା ହେବାକୁ ଥିବା ବେଳେ ଏବେ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇ ଏହାକୁ ଜାନୁଆରୀ ୫ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।

ଜାନୁଆରୀ ୫ ରୁ ୮ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ ବୋଲି ଜଣାଯାଇଛି। ଏନେଇ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.