ମର୍ମନ୍ତୁଦ ସଡକ ଦୁର୍ଘଟଣା ; ଚାଲିଗଲା ୫ ଜୀବନ

ସୁଲତାନପୁର : ଲଖନଉ ସ୍ଥିତ ସୁଲତାନପୁର ଅନ୍ତର୍ଗତ କୋତବଲୀର ବାଇପାସ ସ୍ଥିତ ଆଦରା କମନଗଡରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ନେଇ ଶୁକ୍ରବାର ଜଣାପଡିଛି। ଦୁର୍ଘଟଣାରେ ଟ୍ରକ -ବୈଦୁତିକ ଗାଡି ମଧ୍ୟରେ ଧକ୍କା ଯାଉଥିବା ୫ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ମହିଳା ସାମିଲ ରହିଛନ୍ତି। ଉକ୍ତ ଯାନରେ ପ୍ରାୟ ୮ ଜଣ ଯାତ୍ରା କରୁଥିଲେ। ଖବର ପାଇ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଲଖନଉ ସ୍ଥାନାନ୍ତର କରାଯାଇଛି।

Comments are closed.