ପ୍ରାର୍ଥିପତ୍ର ଦାଖଲ କଲେ ଦୀପାଳି ଦାସ

ଝାରସୁଗୁଡ଼ା: ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ମଙ୍ଗଳବାର ବିଜେଡି ପ୍ରାର୍ଥୀ ଦୀପାଳି ଦାସ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଦଳୀୟ କର୍ମୀଙ୍କ ସହ ଏକ ବିରାଟ ଶୋଭାଯାତ୍ରାରେ ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ଦୀପାଳି। ପ୍ରଥମେ ଝାରସୁଗୁଡ଼ା ସୁନାରୀମୁଣ୍ଡାଠାରେ ଥିବା ପାଟଣେଶ୍ବରୀ ମନ୍ଦିରରେ ସେ ପୂଜାର୍ଚ୍ଚନା କରିଥିଲେ। ଏହାପରେ ମନମୋହନ ସ୍କୁଲ ପଡ଼ିଆଠାରୁ ପ୍ରାୟ ୪ କିଲୋମିଟର ଶୋଭାଯାତ୍ରାରେ ଯାଇ ସେ ନାମାଙ୍କନ ଭରିଛନ୍ତି। ଏହି ଶୋଭାଯାତ୍ରାରେ ୧୫ ହଜାରରୁ ଅଧିକ ନେତା ଓ କର୍ମୀ ସାମିଲ ହୋଇଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ, ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ପରେ ସେହି ଆସନରୁ ନିର୍ବାଚନ ଲଢ଼ୁଛନ୍ତି ଝିଅ ଦୀପାଳି ଦାସ।

ଝାରସୁଗୁଡ଼ା ଉପନିର୍ବାଚନ ନାମାଙ୍କନ ଦାଖଲ ପାଇଁ ଆଉ କେବଳ ୩ଦିନ ଥିବାବେଳେ ଇତିମଧ୍ୟରେ ୫ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରି ସାରିଛନ୍ତି। କଂଗ୍ରେସର ତରୁଣ ପାଣ୍ଡେ ଓ ବିଜେପିର ଟଙ୍କଧର ତ୍ରିପାଠୀଙ୍କ ସମେତ ହିନ୍ଦୁସ୍ତାନ ନିର୍ମାଣ ଦଳର ପ୍ରାର୍ଥୀ ବିଜୟ ଜାଲାନ, ସ୍ବାଧୀନ ପ୍ରାର୍ଥୀ ଭୁବନେଶ୍ବର ଗର୍ଡିଆ ଓ ମନିଷ ଶର୍ମା ନାମାଙ୍କନ ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ପ୍ରକ୍ରିୟା ଜାରି ରହିଥିବା ବେଳେ ପ୍ରଚାର ଅଭିଯାନ ଓ ରାଜନୈତିକ ବୟାନବାଜି ମଧ୍ୟ ଜୋରଦାର ହୋଇଛି।

Comments are closed.