ଷଷ୍ଠ ଶ୍ରେଣୀ ଛାତ୍ରର ଝୁଲନ୍ତା ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

ରାଉରକେଲା: ଜଣେ ଷଷ୍ଠ ଶ୍ରେଣୀ ଛାତ୍ରର ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ଘର ଭିତରେ ଫ୍ୟାନ୍‌ରେ ଝୁଲୁଥିବା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ଉଦିତନଗର ଥାନା ଅନ୍ତର୍ଗତ ବାସନ୍ତୀ କଲୋନୀରେ ଏହି ଅଭାବନୀୟ ଘଟଣା ଘଟିଛି। ବାପା, ମାଆ ଘରେ ନଥିବା ବେଳେ ଛାତ୍ର ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତକ ଏକ ଇଂରାଜୀ ମାଧ୍ୟମ ସ୍କୁଲରେ ପଢୁଥିଲେ। ନିୟମିତ ସ୍କୁଲ ଯାଉନଥିବାରୁ ପରିବାର ଲୋକ ତାଗିଦ୍ କରୁଥିଲେ। ସ୍କୁଲ ଯିବାକୁ ନେଇ ଛାତ୍ର ଜଣଙ୍କ ଉଦାସ ରହୁଥିଲେ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି।

Comments are closed.