ବେକରେ ଫାସୀ ଲଗାଇ ଆତ୍ମହତ୍ୟା

ପାପଡାହାଣ୍ଡି : ପାପଡାହାଣ୍ଡି ବ୍ଲକ ଚେରଚେଟା ପଂଚାୟତ ଅନ୍ତର୍ଗତ ପିପଳଗୁଡା ଗ୍ରାମର ଅସ୍ତୁ ଭତରା( ୨) ନାମକ ବ୍ୟକ୍ତି ଜଣକ ବେକରେ ଫାସୀ ଲଗାଇ ଆତ୍ମହତ୍ୟା କରିଥିବା ନେଇ ପାପଡାହାଣ୍ଡି ଥାନାରେ ଏତଲା ହୋଇଅଛି | ସୂଚନା ମୁତାବକ ଅସ୍ତୁ ଭତରା ଆଜି କୌଣସି କାରଣରୁ ନିଜ ଘରେ ଦିନ ଦିପ୍ରହରରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଘର ଲୋକ ଜାଣିବା ପରେ, ଅସ୍ତୁ ମୃତ୍ୟୁ ହୋଇଥିବା ଜାଣି ସନ୍ଧ୍ୟାରେ  ପାପଡାହାଣ୍ଡି ଥାନାରେ ପରିବାର ଲୋକେ ଏତଲା ଦେବାପରେ ପୋଲିସ ଏନେଇ ତଦନ୍ତ କରୁଥିବା ବେଳେ ଆସନ୍ତା କାଲି ଶବ ବ୍ୟବଛେଦ କରାଯିବ ବୋଲି ଜଣାପଡିଛି | ମୃତ ଅସ୍ତୁ ର ୨ଟି ସ୍ତ୍ରୀ ଥିବାବେଳେ କେଉଁ କାରଣରୁ ବେକରେ ଫାସୀ ଲଗାଇ ମୃତ୍ୟୁ କରିଛି ସେ ବିଷୟରେ କିଛି ଜଣାପଡିନାହିଁ |
Comments
Loading...