ଆଫଗାନିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ : ୪୩ ଆହତ

କାବୁଲ : ଉତ୍ତର ଆଫଗାନିସ୍ତାନର ସାମଙ୍ଗାନ ପ୍ରଦେଶରେ ସୋମବାର ଏକ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ ହୋଇଥିବା ଜଣାପଡିଛି। ଏହି ଆକ୍ରମଣରେ ଆହତଙ୍କ ପ୍ରକୃତ ସଂଖ୍ୟା ଏପର୍ୟ୍ୟନ୍ତ ଜଣା ପଡିନାହିଁ କିନ୍ତୁ ଅତି କମରେ ୪୩ ଜଣ ଲୋକ ଆହତ ହୋଇଥିବା ଅନୁମାନ କରାଯାଉଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ନାଗରିକ ଏବଂ ଶିଶୁ ଅଟନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଏହି ଆକ୍ରମଣ ପାଇଁ ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିନାହିଁ। ତେବେ ତାଲିବାନ ଏହି ପ୍ରଦେଶରେ ସକ୍ରିୟ ଅଛି ଏବଂ ନିକଟରେ ଆକ୍ରମଣ ବୃଦ୍ଧି କରିଛି। ତେଣୁ ସେ ଏହି କାଣ୍ଡ ଘଟାଇଥାଇ ପାରେ ବୋଲି ଅନୁମାନ କରାଯାଉଛି।

Comments are closed.