ପୋଲରୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ

ସମ୍ବଲପୁର : ବୁର୍ଲା କେନାଲ ପୋଲରୁ ଡେଇଁ ଜଣେ ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସେ ଡେଇଁଥିବା ସ୍ଥାନରୁ ପ୍ରାୟ ଅଧ କିଲୋମିଟର ଦୂରରେ ଥିବା ବିଷ୍ଣୁ ମନ୍ଦିର ପଡା ଶ୍ମଶାନ ଘାଟରୁ ତାଙ୍କୁ ଉଦ୍ଧାର କରାଯାଇଥିଲା । ଗୁରୁତର ଅବସ୍ଥାରେ ମହିଳାକୁ ବୁର୍ଲା ମେଡିକାଲ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ ମହିଳା ଜଣକ ବୁର୍ଲା ଗାନ୍ଧୀ ପଡାର ମଧୁ ବାରିକ ବୋଲି ଜଣାପଡିଛି । ତେବେ ତାଙ୍କ ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।

Comments are closed.