ସୁଦର୍ଶନ ଭାରତ ପରିକ୍ରମା, ଜାନକୀନାଥ ଭବନରେ ଜାତୀୟ ସୁରକ୍ଷା ଗାର୍ଡ

ଭାରତ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ପାଳନ ଅବସରରେ ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଚାଲୁ ରହିଛି। ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଦେଶର ବିଭିନ୍ନ ରାଜ୍ୟରେ ଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନ ଉଦ୍ଜୀବିତ କରି ରଖିବା ପାଇଁ ତଥା ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପାଇଁ ଜାତୀୟ ସୁରକ୍ଷା ଗାର୍ଡ (ଏନ୍‍ଏସ୍‍ଜି) ତରଫରୁ ସୁଦର୍ଶନ ଭାରତ ପରିକ୍ରମା ଆରମ୍ଭ
ହୋଇଛି।

ଅକ୍ଟୋବର ୨ ଗାନ୍ଧିଜୟନ୍ତୀରୁ ଏହି ଯାତ୍ରାର ଶୁଭାରମ୍ଭ ଦିଲ୍ଲୀରୁ କରାଯାଇଥିଲା। ଆଜି ପରିକ୍ରମା ଦଳ କଟକରେ ଥିବା ମହାନ ସଂଗ୍ରାମୀ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ ଦର୍ଘା ବଜାରର ଜାନକୀନାଥ ଭବନରେ ପହଞ୍ଚି ସେଠାରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Comments are closed.